fbpx

କାର୍ଯ୍ୟକାରୀ ହେଲା ଏସଏମଏସ ଜରିଆରେ ନିଲ ଜିଏସଟି ରିଟର୍ଣ୍ଣ ଦାଖଲ ସୁବିଧା

ନୂଆଦିଲ୍ଲୀ, ୮ା୬: ଟିକସଦାତାମାନଙ୍କୁ ଅଧିକ ସୁବିଧା ଦେବା ନେଇ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏସଏମଏସ ଜରିଆରେ ଫର୍ମ ଜିଏସଟିଆର-୩ବିରେ ମାସିକ ନିଲ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି । ଏହା ୨୨ଲକ୍ଷରୁ ଅଧିକ ପଞ୍ଜିକୃତ ଟିକସଦାତାମାନଙ୍କ ପାଇଁ ସହଜ ଜିଏସଟି ଅନୁପାଳନରେ ସୁଧାର ଆଣିବ । ଏମାନଙ୍କୁ ପୂର୍ବରୁ ସାଧାରଣ ପୋର୍ଟାଲରେ ଥିବା ସେମାନଙ୍କ ଆକାଉଣ୍ଟରେ ଲଗଇନ କରି ପ୍ରତିମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ନିଲ ଅର୍ଥାତ ଆଦୌ କୌଣସି ଦେୟତା ନଥିବା କ୍ଷେତ୍ରରେ ଏହି ଟିକସଦାତାମାନେ ଏସଏସଏସ ଜରିଆରେ ସେମାନଙ୍କ ନିଲ ରିଟର୍ଣ୍ଣ ଦାଖଲ କରିପାରିବେ ଓ ଏଥିପାଇଁ ସେମାନଙ୍କ ଜିଏସଟି ପୋର୍ଟାଲରେ ଲଗଇନ କରିବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.