fbpx

ଗୋଟିଏ ପରିବାରର ୯ ଜଣ ଆତ୍ମହତ୍ୟା କରିନଥିଲେ, ଗୁପ୍ତଧନ ଲୋଭରେ ସମସ୍ତଙ୍କୁ ବିଷଦେଇ କରାଯାଇଥିଲା ହତ୍ୟା

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଏକ ଭୟଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକାସଙ୍ଗେ ଆତ୍ମହତ୍ୟା କରିଥିଲେ । ତେବେ ଉକ୍ତ ଘଟଣାରେ ଏବେ ଆସିଛି ନୂଆ ଟ୍ୱିଟ୍ । ପରିବାରର ସମସ୍ତ ସଦସ୍ୟମାନେ ଆତ୍ମହତ୍ୟା କରିନଥିଲେ । ଗୁପ୍ତଧନ ଲୋଭରେ ସେମାନଙ୍କୁ ବିଷଦେଇ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରିସାରିଛି । କଲ ଡିଟେଲ୍ସରୁ ପୋଲିସ ଏହି ଘଟଣାରେ ପ୍ରଥମେ ଦୁଇ ଜଣଙ୍କୁ ଚିହ୍ନଟ କରିଥିଲା । ତେବେ ସେମାନଙ୍କୁ କୋର୍ଟରେ ହାଜର କରିବା ଘଟଣାର ତଦନ୍ତ କରାଯିବ । ରାଜଧାନୀ ମୁମ୍ବାଇ ଠାରୁ ୩୫୦ କିମି ଦୂର ସାଙ୍ଗଲୀ ଜିଲ୍ଲାର ମହୈସଲାର ଏକ ଡାକ୍ତରୀ ପରିବାରରେ ଘକ୍ତ ଘଟଣା ଘଟିଥିଲା । ଦିନ ଦ୍ୱିପ୍ରହର ସମୟରେ ଡାକ୍ତର ଦମ୍ପତିଙ୍କ ଗୋଟିଏ ଘରୁ ୬ଟି ଶବ ଓ ଅନ୍ୟ ଘରୁ ୪ଟି ଶବ ଜବତ କରାଯାଇଥିଲା ।

ତେବେ ମୃତକଙ୍କ ମଧ୍ୟରେ ପୋପଲ ୟଲ୍ଲାପ୍ପା ବନମୋରେ-୫୨, ସଙ୍ଗୀତା ପୋପଟ ବନମୋରେ-୪୮, ଅର୍ଚନା ପୋପଟ ବନମୋରେ-୩୦, ଶୁଭମ ପୋପଟ ବନମୋରେ-୨୮, ମାଣିକ ୟଲ୍ଲାପ୍ପା ବନମୋରେ-୪୯, ରେଖା ମାଣିକ ବନମୋରେ-୪୫, ଆଦିତ୍ୟ ମାଣିକ ବନମୋରେ-୧୫, ଅନିତା ମାଣିକ ବନମୋରେ-୨୮, ଅକ୍କାତାଈ ବନମୋରେ-୭୨ ରହିଥିଲେ ।

ଘଟଣା ଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ଘରର କବାଟ ବନ୍ଦ ରହିଥିଲା । ପରେ ପଡ଼ୋଶୀମାନେ ଆସି କବାଟ ଖୋଲି ଦେଖନ୍ତି ତ ଶବଗୁଡ଼ିକ ଘର ମଧ୍ୟରେ ପଡ଼ି ରହିଥିଲା । ଏହାପରେ ପଡ଼ୋଶୀ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ତେବେ ଉକ୍ତ ପରିବାର ଘୋର ଆର୍ଥିକ ପରିସ୍ଥିତି ମଧ୍ୟରେ ଗତି କରୁଥିବା ପୂର୍ବରୁ କୁହାଯାଉଥିଲା । ମାତ୍ର ପରେ ଏହି ଘଟଣାରେ ଏବେ ଆସିଛି ନୂଆ ମୋଡ଼ ।

Get real time updates directly on you device, subscribe now.