fbpx

(Video) ପରାଜୟ ପରେ ନିରାଶ ନିରଞ୍ଜନ ପଟ୍ଟନାୟକ: ରାଜନୀତିରୁ ସନ୍ୟାସ ନେଇପାରନ୍ତି କଂଗ୍ରେସ ପ୍ରାର୍ଥୀ

ଓଡ଼ିଶା ଭାସ୍କର: ରାଜ୍ୟର ଚର୍ଚ୍ଚିତ ନିର୍ବଚନ ମଣ୍ଡଳୀ ଭଣ୍ଡାରିପୋଖରୀ ଆରମ୍ଭରୁ ବେଶ ଆଗରେ ଭୋଟ୍ ଗଣତିରେ ଦୌଡୁଥିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆରମ୍ଭରୁ ବିଜେଡି ଆଉ କଂଗ୍ରେସ ଭିତରେ ଚାଲିଥିଲା କଡା ଟକ୍କ୍ର । ସବୁ ଦଳକୁ ପଛରେ ପକାଇ ମାଡି ଚାଲିଥିଲେ ବାବୁ ନିରଞ୍ଜନ । ଗଣିତ କହୁଥିଲା ଭଣ୍ଡାରିପୋଖରୀ ଗାଦି ସମ୍ଭାଳିପାରେ କଂଗ୍ରେସ । ହେଲେ ଠିକ ଶେଷ ମୁହୂର୍ତ୍ତରେ ପଲଟିଗଲା ବାଜି ଝୁଣ୍ଟିଲା କଂଗ୍ରେସ ବିଜେଡି ୧୫୫୧ ଭୋଟରେ ଆଗୁଆ ରହି ୭୨,୪୪୭ ଭୋଟରେ ବିଜୟୀ ଲାଭ କରିଛି ।

ଜିତିବା ବାଜି ହାରିଯିବା ପରେ ନିରଞ୍ଜନଙ୍କ ମନ ଭାଙ୍ଗିଗଲା ଆଉ ଏଭଳି କିଛି ପ୍ରତିକ୍ରିିୟା ଦେଇଛନ୍ତି । ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । କହିଲେ, ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ଦଳ ସହ ରହିଆସିଛି । କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତନ କରିବା କଥା ଚିନ୍ତା କରିନାହିଁ । ଚଳିତ ଥର ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳ ପକ୍ଷରୁ ପ୍ରତିବୃନ୍ଦିତା କଲାବେଳେ ମୁଁ କହିଥୁଲି – ଏହା ମୋର ଶେଷ ନିର୍ବାଚନ । ଭଣ୍ଡାରିପୋଖରୀ ବାସୀ ମୋତେ ବିଜୟୀ କରି ପାରି ନ ଥିଲେ ବି ଯେଉଁ ସ୍ନେହ-ଶ୍ରଦ୍ଧା ଦେଇଛନ୍ତି, ସେଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣୀ । ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । ଏଥର ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ବାବୁଙ୍କୁ ମୁଁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଛି ।

Get real time updates directly on you device, subscribe now.