ସବୁ ରାସ୍ତା ବନ୍ଦ୍, ନିରୁପାୟ ମୁକେଶ ରାଷ୍ଟ୍ରପତିଙ୍କୁ ମାଗିଲା ରାଜକ୍ଷମା

0 1,122

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିଲା । ଏହି ଆବେଦନ ଖାରଜ ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଛି । ରାଜକ୍ଷମା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ଆବେଦନ କରିଛି ମୁକେଶ । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ଏହି ଆବେଦନ କରାଯାଇଛି ।
୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ହେବ ।ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

Leave A Reply

Your email address will not be published.