fbpx

ED କେବେ କାହା ହିସାବରେ କାମ କରେନି,ଆରୋପ ଲଗେଇବା ବନ୍ଦ କର :ନିର୍ମଳା ସୀତାରମଣ

Advertisement

ନୂଆଦିଲ୍ଲୀ: ୱାସିଙ୍ଗଟନ ଡିସିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଇଡିକୁ ତାର କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ସେ କାହା ନିର୍ଦ୍ଦେଶରେ କାର୍ଯ୍ୟକରୁ ନାହିଁ । ଯେଉଁ ମାନେ ଏହାକୁ ନେଇ ଲାଞ୍ଛନା ଅପାଦ ଲଗାଉଛନ୍ତି ସେମାନେ ବାସ୍ତବିକ ଢ଼ଙ୍ଗରେ ଏହାକୁ ବୁଝି ନାହାନ୍ତି । ଏହାକୁ କେହି କେବେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ନାହିଁ ବୋଲି ସେ କହିଛନ୍ତି ।

ଏହା ସହିତ ସେ କହିଛନ୍ତି ଅନୁସରଣକାରୀ ସଂସ୍ଥା ତାହର କାର୍ଯ୍ୟ ଆରମ୍ଭ କରିବାକ ପୂର୍ବରୁ ସେ ତାର ସମସ୍ତ ସୂଚନା ସଂଗ୍ରହ କରନ୍ତି ଏହା ପରେ ସେମାନେ ତାଙ୍କ ହିସାବରେ ପଦକ୍ଷେପ ନିଅନ୍ତି । କାହା ଇସାରାରେ କେବେ ଇଡି ଆସି ନାହିଁ ।
ଏହାବାଦ ସେ ଏହା ମଧ୍ୟ କହିଛନ୍ତି ସବୁ ପାଶ୍ଚାତ୍ୟ ଦେଶ ଶକ୍ତି ଉତ୍ସ ପାଇଁ କୋଇଲା ଉପରେ ନିର୍ଭର କରୁଛନ୍ତି । ଏହା ସ୍ୱଭାବିକ ମଧ୍ୟ । ଭାରତ ଆଗକୁ ମଧ୍ୟ ଏହା କରିବ । କାରଣ ଗ୍ୟାସ ଉପରେ ଆମେ ନିର୍ଭର କରି ପାରିବା ନାହିଁ । ଏହା ଦ୍ୱାରା ବହୂତ ମୂଲ୍ୟବାନ ମଧ୍ୟ।
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା କଥା ପଚରାଯିବାରୁ ସେ କହିଛନ୍ତି ଯେ ଏହା ପଛରେ ବର୍ତ୍ତମାନ ଭୂ ରାଜନୈତିକ ସ୍ଥିତି କିଛି ଠିକ ନାହିଁ । ଏହା ସହିତ ଟ୍ରେଡ, ବ୍ୟାପାର ବଣ୍ଟନରେ ମଧ୍ୟ ବହୁ ପରିବର୍ତ୍ତନ ଏବଂ କ୍ଷତି ହେଉଛି ତେବେ ଏହା ସବୁ ଆଡେ ଘଟୁଛି । ଏହାକୁ କିପରି ଠିକ କରାଯାଇପାରିବ ବର୍ତ୍ତମାନ ସେହି ଦିଗ ଉପରେ କାର୍ଯ୍ୟ ଚାଲିଛି ।

Get real time updates directly on you device, subscribe now.