fbpx
BJD
BJD SKY
BJD SKY

୧୦୦ ବର୍ଷ ପୁରୁଣା ଏହି ୨ ଜିନ୍ସ: ମୂଲ୍ୟ ଜାଣିଲେ ଆପଣ ବି ହୋଇଯିବେ ଚକିତ…

ଜିନ୍ସର ମୂଲ୍ୟ ୬୨ ଲକ୍ଷ । ତାହାବି ପୁଣି ନୂଆ ନୁହେଁ ବରଂ ଦୁଇ ହଳ ପୁରୁଣା ଜିନ୍ସର । ଆଜ୍ଞା ହିଁ ଆପଣ ଠିକ୍ ପଢ଼ିଛନ୍ତି । ଆମେରିକାରେ ଦୁଇଟି ପୁରୁଣା ଜିନ୍ସ ୬୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ୧୦୦ ବର୍ଷରୁ ଅଧିକ ପୁରୁଣା ଲିଭାଇସର ଏକ ଯୋଡ଼ା ଜିନ୍ସ ୬୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହାର ବିକ୍ରି ୟୁଏସର ନ୍ୟୁ ମେକ୍ସିକୋ ସହରରେ ହୋଇଥିଲା । ନିଲାମୀ ସମୟରେ କୁହାଯାଇଥିଲା ଯେ ଲିଭାଇ ଷ୍ଟ୍ରସ ଆଣ୍ଡ୍ ଏଏମପି; କୋ ବ୍ରାଣ୍ଡର ଜିନ୍ସ ଗୋଲଡେନ ଯୁଗର ବୋଲି । କୁହାଯାଉଛି ଯେ ଏହା ୧୮୮୦ ଦଶକର । ଆଉ ଏହାକୁ ଏକ ଭିଣ୍ଟେଜ୍ କ୍ଲଥିଙ୍ଗ୍ ଡିଲର କିଣିଛନ୍ତି ।

ଏହି ଦୁଇ ଜିନ୍ସକୁ କେଲ ହାର୍ପଟ ଜିପ ଷ୍ଟିଭସନଙ୍କ ସହ ମିଶି କିଣିଛନ୍ତି । ଏଥିପାଇଁ ତାଙ୍କୁ ପ୍ରମିୟମ ସହ ୭୧ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିଥିଲା । ସୂଚନାଯୋଗ୍ୟ, କେଲ ହାର୍ପେଟ ଭିଣ୍ଟେଜ୍ କ୍ଲଥିଙ୍ଗ୍ ଡିଲର । ତେବେ ୧୦୦ ବର୍ଷରୁ ଅଧିକ ପୁରୁଣା ଜିନ୍ସ ଲକ୍ଷ ଲକ୍ଷର ମୂଲ୍ୟରେ ବିକ୍ରି ହେବା ସୋସିଆଲ ମିଡିଆରେ ଚର୍ଚ୍ଚାର  ବିଷୟ ପାଲଟିଛି । ଅନେକ ଲୋକ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ, ଲିଭାଇସ ଆମେରିକାର ଏକ କପଡ଼ା କମ୍ପାନୀ, ଏହାର ସ୍ଥାପନା ୧୮୫୩ରେ ହୋଇଥିଲା । ଏହି କମ୍ପାନୀ ଦୁନିଆରେ ଏହାର ଡେନିମ୍ ଜିନ୍ସ ପାଇଁ ପ୍ରସିଦ୍ଧ ।

Get real time updates directly on you device, subscribe now.