fbpx
BSKY SKY
BSKY SKY

ଓଡ଼ିଶାରେ ସୀତାରମଣ, ଜାଣନ୍ତୁ କଣ ରହିଛି ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

BSKY

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବଜେଟ୍ ଉପରେ ଶୁକ୍ରବାର ଦିନ ୧୧.୩୦ରେ ପ୍ରେସ୍‌କୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଅରୁଗୁଳସ୍ଥିତ ଆଇଆଇଟିର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି।

ତେବେ ସମାନ ସମୟରେ ଓଡ଼ିଶାରେ ଏବେ ୬ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ନିର୍ମଳା ସୀତାରମଣଙ୍କ ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଧ୍ୟ ଓଡ଼ିଶା ଆସିଛନ୍ତି। ସେହିପରି ୬ ରାଜ୍ୟର ଶିକ୍ଷା ସଚିବଙ୍କ ସମୀକ୍ଷା ବୈଠକ ଏବଂ ପଞ୍ଚାୟତରାଜ ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିଛନ୍ତି।

ସେହିପରି କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି। ଶ୍ରୀମତୀ ଜରଦୋଶ ଜଗତ୍‍ସିଂହପୁର ଗସ୍ତରେ ଆସିଥିବାବେଳେ କିଟରେ ଆୟୋଜନ ହେବାକୁ ଥିବା ଅନ୍ୟ ଏକ ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କେ. ଏମ୍‍. ପାଟିଲ୍‍ ମଧ୍ୟ ଭୁବନେଶ୍ୱରେ ପହଂଚିଛନ୍ତି।

 

Get real time updates directly on you device, subscribe now.