fbpx

NISER ଭୁବନେଶ୍ୱର ବିଜ୍ଞପ୍ତି ଜାରି କଲା: ଆସିଷ୍ଟାଣ୍ଟ ପ୍ରଫେସର, ରିଡର ଓ ଆସୋସିଏଟ୍ ପ୍ରଫେସର ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ନିଯୁକ୍ତି ସୁଯୋଗ । ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ, (ନାଇଜର) ଭୁବନେଶ୍ୱର ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୧୦ ତାରିଖ ପୂର୍ବରୁ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ । ଆସିଷ୍ଟାଷ୍ଟ ପ୍ରଫେସର, ରିଡର ଏଫ ଓ ଆସୋସିଏଟ ପ୍ରଫେସର ପଦ ପୂରଣ ହେବ । ସମସ୍ତ ପଦ ପାଇଁ ବେତନ ହାର ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ କ୍ଷେତ୍ରରେ ପିଏଚ.ଡି କରିବା ସହିତ ୩ ବର୍ଷର ପୋଷ୍ଟ ଡକ୍ଟୋରଲ ଅଭିଜ୍ଞତା ହାସଲ କରିଥିବେ । ରିଡର ଏଫ ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ କ୍ଷେତ୍ରରେ ପିଏଚ.ଡି କରିବା ସହିତ ୫ ବର୍ଷର ପୋଷ୍ଟ ଡକ୍ଟୋରଲ ଅଭିଜ୍ଞତା ହାସଲ କରିଥିବେ । ସେହିପରି ଆସୋସିଏଟ ପ୍ରଫେସର ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ କ୍ଷେତ୍ରରେ ପିଏଚ.ଡି କରିବା ସହିତ ୮ ବର୍ଷର ପୋଷ୍ଟ ଡକ୍ଟୋରଲ ଅଭିଜ୍ଞତା ହାସଲ କରିଥିବେ । ସମସ୍ତ ପଦ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଅନ୍ୟ କୌଣସି ମୋଡ଼ରେ ଆବେଦନକୁ ଗ୍ରହଣ କରାଯିବ ନାହିଁ ।

ବିଜ୍ଞପ୍ତି ଲିଙ୍କ: https://www.niser.ac.in/readpdf.php

ଆବେଦନ ଲିଙ୍କ: https://ims.niser.ac.in/OnlineRecruitmentApplication.action

Get real time updates directly on you device, subscribe now.