fbpx

(Video)ନୃତ୍ୟର ନଥାଏ ବୟସସୀମା, ନିତା ଅମ୍ବାନିଙ୍କ ଭିଡ଼ିଓ ଦେଖିବା ପରେ ଏବେ ସବୁଆଡେ ଏହା ହିଁ ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ରାତିରେ ମୁମ୍ବାଇରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ଉଦ୍ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱରୁ ସେଲିବ୍ରିଟିମାନେ ଯୋଗ ଦେଇଥିଲେ।ଅମ୍ବାନୀ ପରିବାର ଠାରୁ ଶାହରୁଖ ଖାନ, ସଲମାନ ଖାନ, ଦୀପିକା ପାଦୁକୋନ, ରଣଭୀର ସିଂ, ପ୍ରିୟଙ୍କା ଚୋପ୍ରା, ନିକ ଜୋନାସ ଏବଂ ଏପରିକି ବିଶ୍ୱ ପ୍ରସିଦ୍ଧ ଟପ୍ ମଡେଲ ଗିଗି ହାଦିଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

ଏହି ଘଟଣାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଏହି ସମୟରେ ଲଞ୍ଚ ଇଭେଣ୍ଟରୁ ନୀତା ଅମ୍ବାନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ନୀତା NMACC ଇଭେଣ୍ଟରେ ଏକ ନୃତ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ଏଥି ସହିତ, ଏହି ଭିଡିଓ NMACC ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ସେୟାର କରାଯାଇଛି ।

ଏହି ସମୟରେ ନୀତା ଏକ ଲାଲ ଲେହେଙ୍ଗା ଏବଂ ଏମ୍ବ୍ରୋଡେଡ୍ ଚୋଲି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହିତ ସେ ଆନୁଷଙ୍ଗିକ ସାମଗ୍ରୀ ପାଇଁ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ନୀତା ମଞ୍ଚରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଛନ୍ତି, ଯାହାକି ରଘୁପତି ରାଘବ ରାଜାରାମ ଭଜନଟି ଅଟେ । ଯାହା ଶ୍ରେୟା ଘୋଷାଲଙ୍କ କଣ୍ଠରେ ଅଛି । ତେବେ ମଞ୍ଚରେ ନିତା ଅମ୍ବାନୀଙ୍କ ଭାରତନାଟ୍ୟମ୍ ନୃତ୍ୟ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖାଯାଇଛି ଯେ- “ ୬ ବର୍ଷ ବୟସରେ ଭାରତନାଟ୍ୟମ୍ ଯାତ୍ରା ଆରମ୍ଭ କରିଥିବା ନୀତା ସର୍ବଦା ନୃତ୍ୟକୁ ପସନ୍ଦ କରନ୍ତି । ‘ତେବେ ଏହି ଭିଡ଼ିଓ କୁ ଏବେ ସବୁ ଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ବହୁ ଲୋକ ଏଥିରେ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.