fbpx

‘ଏହା ବଙ୍ଗଳାର ଅପମାନ’, ଦିଲ୍ଲୀରୁ କୋଲକାତା ପହଞ୍ଚି ଏହି କଥା କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ, ନୀତି ଆୟୋଗର ବୈଠକ ସମୟରେ ତାଙ୍କୁ କହିବାକୁ ଦିଆଯାଇନଥିଲା ଏବଂ ମାଇକ ବନ୍ଦ କରାଯାଇଥିଲା । ଏହା ପୂର୍ବରୁ ସେ ଦିଲ୍ଲୀରେ ମଧ୍ୟ ଏପରି ଦାବି କରିଥିଲେ । ବର୍ତ୍ତମାନ କୋଲକାତା ପହଞ୍ଚି ଟିଏମସି ମୁଖ୍ୟ ଶନିବାର ଦିନ କହିଛନ୍ତି ଯେ, ପଶ୍ଚିମବଙ୍ଗର ଅପମାନ ହୋଇଛି ।

କୋଲକାତା ଏୟାରପୋର୍ଟରେ ଏକ ପ୍ରେସ କନଫ୍ରେନ୍ସ ସମୟରେ ସେ କହିଛନ୍ତି ଯେ, ମୁଁ କହୁଥିଲି, ମୋ ମାଇକ ବନ୍ଦ କରିଦିଆଗଲା । ମୁଁ କହଲି ଯେ, ଆପଣ ମୋତେ କହିବାକୁ କାହିିଁକି ରୋକିଲେ, ଆପଣ ଭେଦଭାବ କାହିଁକି କରୁଛନ୍ତି । ମୁଁ ବୈଠକରେ ଅଂଶଗ୍ରହଣ କରିଛି, ଆପଣ ଖୁସି ହେବା ଆବଶ୍ୟକ, ଏହି କାରଣରୁ ଆପଣ ନିଜ ପାର୍ଟୀ ଏବଂ ସରକାରକୁ ଅଧିକ ସୁଯୋଗ ଦେଉଛନ୍ତି । ବିରୋଧୀଙ୍କ ମଦ୍ୟରେ କେବଳ ମୁଁ ସେଠାରେ ଥିଲି ଏବଂ ଆପଣ ମୋତେ ରୋକୁଛନ୍ତି । ଏହା କେବଳ ବଙ୍ଗଳାର ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଅପମାନ ।

ସେ ଅଭିଯୋଗ ଲଗାଇଛନ୍ତି ଯେ, ମୋ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ମିଟିଙ୍ଗରେ ୨୦ ମିନିଟ ପର୍ଯ୍ୟନ୍ତ କହିଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ୧୫ ମିନିଟ, କିଏ କିଏ ୧୭ ମିନିଟ, ଅନ୍ୟମାନେ ୨୦ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଇଛନ୍ତି । ଯେତେବେଳେ ମୋ ପାଳି ଆସିଲା ସେତେବେଳେ ମାତ୍ର ମୋତେ ୫ ମିନିଟ ପରେ ରୋକି ଦିଆଗଲା । ଏହାପରେ ମୁଂ କହିଲି ଯେ, ଆପଣ ଶୁଣିବାକୁ ଚାହୁଁନାହାନ୍ତି ଯଦି ମୁଁ ଚାଲିଯିବି । ଆପଣ କହିପାରିବେ କି ପାଞ୍ଚ ମିନିଟର ଭାଷଣ ପରେ ବାରମ୍ବାର ଘଣ୍ଟି ବଜାଇବାର କଣ ଉଦ୍ଦେଶ୍ୟ ଥିଲା ।

Get real time updates directly on you device, subscribe now.