fbpx

ବିହାରରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଜସ୍ୱୀ ଯାଦବ

ପାଟନା: ବିହାର ରାଜ୍ୟପାଲ ଫାଗୁ ଚୌହାନ ନୀତୀଶ କୁମାରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଛନ୍ତି । ବୁଧବାର ଦିନ ୨ଟାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବ । ରାଜଭବନର ରାଜେନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ । ତେବେ କାଲି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ହିଁ ପଦ ଏବଂ ଗୋପନୀୟତାର ଶପଥ ନେବେ । ବାକି ମନ୍ତ୍ରୀ ଶପଥଗ୍ରହଣ ପରେ ହୋଇପାରେ ।

ସୂଚନାଯୋଗ୍ୟ, ନୀତୀଶ କୁମାର ଏନଡିଏ ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନୂଆ ସରକାର ଗଠନ ପାଇଁ ପ୍ରସ୍ତାବ ଦେବା ସହ ୧୬୪ ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ । ଏହି ନୂଆ ସରକାର ପାଇଁ ମହାଗଠବନ୍ଧନ ହୋଇଛି ଯେଉଁଥିରେ ଡେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ନୀତୀଶ ମହାଗଠବନ୍ଧନର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।

ଏହା ପୂର୍ବରୁ ରାଜ୍ୟପାଳଙ୍କୁ ସନ୍ଧ୍ୟାରେ ଭେଟିଥିଲେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ । ରାଜ୍ୟପାଳଙ୍କୁ ଭେଟିବା ପରେ ଉଭୟ ବିଜେପିକୁ ମିଳିତ ଟାର୍ଗେଟ କରିଥିଲେ । ଏହି ସମୟରେ ନୀତୀଶ କୁମାର ବିଜେପି ଉପରେ ବଡ଼ ଅଭିଯୋଗ କରିଥିଲେ, ସେ କହିଥିଲେ ସମାଜରେ ଭେଦଭାବ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ହେଉଥିଲା । ଆମକୁ ୭ଟି ଦଳର ସମର୍ଥନ ରହିଛି ଏବଂ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି । ବିହାରରେ ବିଜେପି ଏକା, ଆମେ ସମସ୍ତେ ଏକାଠି ହୋଇଯାଇଛୁ ।

ସେହିପରି ବିଜେପିକୁ କଡ଼ା ସମାଲୋଚନା କରିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ତେଜସ୍ୱୀ କହିଥିଲେ ଯେ ବିଜେପି ନିଜ ସହଯୋଗୀଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରେ । ପଞ୍ଜାବରେ ଅକାଳୀ, ମହାରାଷ୍ଟ୍ରରେ ଶିବସେନା ଏହାର ଉଦାହର । ଉତ୍ତର ଭାରତରେ ଏବେ ବିଜେପିର ଆଉ କୌଣସି ମେଣ୍ଟ ସହଯୋଗୀ ନାହିଁ, ବିହାରରେ ବିଜେପି ପୂରା ଏକା ରହିଗଲା । ଲୋକତନ୍ତ୍ରଙ୍କୁ ଆହ୍ୱାନ ଦେଉଛି ବିଜେପିର ଏଜେଣ୍ଡା ବିହାରରେ ଚାଲିବାକୁ ଦେବୁନି । ସେ ଆହୁରି କହିଥିଲେ କହିଥିଲେ ଯେ ଏବେ କାକା ପୁତୁରା ଏକାଠି ହୋଇଛନ୍ତି ।

 

Get real time updates directly on you device, subscribe now.