fbpx

ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି: କଂଗ୍ରେସ ନେତା ଜୟରାମ ରମେଶ୍

ଓଡିଶା ଭାସ୍କର: ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଆଦୌ ଥମୁ ନାହିଁ । ନୀତିଶ କୁମାର ମହାମେଣ୍ଟକୁ ଛାଡି ଏବେ ପୁଣି ଏନଡିଏରେ ସାମିଲ ହୋଇ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଏହାକୁ ନେଇ କଂଗ୍ରେସ ନୀତିଶଙ୍କୁ କଡା ସମାଲୋଚନା କରିଛି। ତେବେ ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି।

କଂଗ୍ରେସ ମୁଖପାତ୍ର ଜୟରାମ ରମେଶ୍ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମା କରିବେ ନାହିଁ । ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତଯୋଡ ନ୍ୟାୟ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଭୟବିତ ହୋଇଉଠିଛି । ତେଣୁ ଏଥିରୁ ଧ୍ୟାନ ହଟାଇବା ପାଇଁ ରାଜନୀତିରେ ଡ୍ରାମା ତିଆରି କରାଯାଉଛି।

ଏଠାରେ କହି ରଖୁଛୁ ଯେ, ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ବେଶ୍ ହଟଚମଟ ଲାଗି ରହିଛି । ଆଜି ସକାଳେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏନଡିଏ ସମର୍ଥନରେ ନୀତିଶ କୁମାର ରାଜ୍ୟରେ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନୀତିଶ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ସନ୍ଧ୍ୟାରେ ରାଜ୍ୟପାଳ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଛନ୍ତି । ନୀତିଶଙ୍କ ସହିତ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନୀତିଶଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.