fbpx
BSKY SKY
BSKY SKY

ମାଘ ମାସରେ ଘରକୁ ଆଣନ୍ତୁ ଏହି ୪ଟି ଜିନିଷ, ଭାଗ୍ୟ ବଦଳିବା ସହ ଦୂର ହେବ ଆର୍ଥିକ ସଂକଟ

BSKY

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଗଲାଣି ପବିତ୍ର ମାଘ ମାସ । ହିନ୍ଦୁ ଧର୍ମରେ ମାଘ ମାସର ବେଶ୍ ମହତ୍ତ୍ୱ ରହିଛି । ଏହି ମାସରେ ଲୋକମାନେ ପବିତ୍ର ନଦୀରେ ସ୍ନାନ କରିଥାନ୍ତି । ଏହାସହିତ ପବିତ୍ର ତୀର୍ଥସ୍ଥାନ ବି ଯାତ୍ରା କରିଥାନ୍ତି । ମାନ୍ୟତା ରହିଛି କି ମାଘ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ମାସ ସହିତ ମା’ ଲକ୍ଷ୍ମୀଙ୍କର ବି ଖାସ୍ ସମ୍ବନ୍ଧ ରହିଛି । ଏହି ମାସରେ ବଡ ବଡ ତୀର୍ଥ ସ୍ଥାନରେ ମେଳାର ଆୟୋଜନ କରାଯାଇଥାଏ । ଏହି କ୍ରମରେ ଏପରି କିଛି ଜିନିଷ ରହିଛି ଯାହା କିଣିବା ଦ୍ୱାରା ଶୁଭ ଫଳ ମିଳିଥାଏ ।
ଚଳିତ ବର୍ଷ ମାଘ ମାସରେ ରବି ପୁଷ୍ୟ ଯୋଗର ନିର୍ମାଣ ହେଉଛି ଯାହା ବହୁତ ଶୁଭ । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ଏହି ଶୁଭ ଯୋଗରେ ଆପଣ କ’ଣ କିଣିଲେ ଆପଣଙ୍କ ଭାଗ୍ୟ ଚମକିବ ଆସନ୍ତୁ ଜାଣିବା ।
କଳା ଫେଶି: କୁହାଯାଏ ମାଘ ମାସରେ କଳା ଫେଶି କିଣି ଭଗବାନ ଶଙ୍କରଙ୍କୁ ସମର୍ପିବା ଦ୍ୱାରା ଆପଣଙ୍କର ବିଭିନ୍ନ ପ୍ରକାର ସମସ୍ୟା ଅଚିରେ ଦୂର ହୋଇଯିବ ଓ ବ୍ୟକ୍ତି ଜୀବନରେ ନୂଆ ଖୁସି ଆସିବ ।
ତୁଳସୀ: ମାଘ ମାସରେ ତୁଳସୀଙ୍କୁ ପୂଜା କରାଯାଏ । ତୁଳସୀ ବୃକ୍ଷ କିଣିବା ବି ବହୁତ ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଆପଣ ସୌଭାଗ୍ୟ ପ୍ରାପ୍ତି ହେବା ସହ ଭଗବାନ ବିଷ୍ଣୁଙ୍କ କୃପା ବି ମିଳିଥାଏ ।
ସୋରିଷ କିଣିବା ବି ଶୁଭ: ଏହି ମାସରେ ସୋରିଷ କିଣିବା ବି ଶୁଭ ହୋଇଥାଏ । ସୋରିଷ କିଣିବା ଦ୍ୱାରା କୁଣ୍ଡଳୀରୁ ଶନି ଦୋଷ ଦୂର ହୋଇଥାଏ । ମାଘ ମାସର ଶନିବାର ଦିନ ସୋରିଷ କିଣନ୍ତୁ ।
ଶ୍ରୀଯନ୍ତ୍ର: ମାଘ ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଲାଗି ଶ୍ରୀଯନ୍ତ୍ର ନିଶ୍ଚୟ କିଣନ୍ତୁ । ଘରେ ଏହାର ପୂଜା କରିବା ଦ୍ୱାରା ବହୁତ ଲାଭ ମିଳିଥାଏ ।

Get real time updates directly on you device, subscribe now.