(Video) ଟେକ୍ନୋଲୋଜିର ଚମତ୍କାର! ନା କ୍ୟାଶ, ନା QR କୋଡ୍, କେବଳ ହାତ ଦେଖାଇଲେ ପେମେଣ୍ଟ ଆପେଆପେ ହୋଇଯାଉଛି

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ନୂଆ ନୂଆ ଟେକ୍ନାଲୋଜି ବାହାର କରିବା ଫଳରେ ଅନେକ କାର୍ଯ୍ୟ ସହଜସାଧ୍ୟ ହୋଇଯାଉଛି । ତେବେ ଏହା ମଧ୍ୟରେ ଏକ ଟେକ୍ନାଲୋଜି ଅସମ୍ଭବକୁ ସମ୍ଭବ କରିଦେଇଛି । ଏଣିକି ଆପଣମାନଙ୍କୁ ପେମେଣ୍ଟ କରିବା ପାଇଁ କ୍ୟାଶ୍ କି କ୍ୟୁଆର କୋଡର ଆବଶ୍ୟକତା ପଡ଼ିବ ନାହିଁ । କେବଳ ହାତ ଦେଖାଇଲେ ଆପଣଙ୍କ ଆକାଉଣ୍ଟରୁ ଅଟୋମେଟିକ୍ ଟଙ୍କା କଟିଯିବ ଓ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଉକ୍ତ ଅର୍ଥରାଶି କ୍ରେଡିଟ୍ ହୋଇଯିବ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବା ପରେ ଆପଣମାନେ ମଧ୍ୟ ଏହି ଟେକ୍ନାଲୋଜିକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ ।

ଟେକ୍ନୋଲୋଜି କ୍ଷେତ୍ରରେ ଚୀନ କେତେ ଆଗରେ ତାହା ସାରା ବିଶ୍ୱ ଜାଣିଛି । ଏଡା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓଟି ଅନଲାଇନ୍ ମନି ଟ୍ରାନ୍ସଫରର ନୂଆ ତରିକା ବିଷୟରେ ଜଣାଇଛି । ଭିଡିଓରେ କିଛି ଲୋକ କେବଳ ହାତକୁ ମେଶିନ୍ ଉପରେ ରଖିଲେ ସେମାନଙ୍କ ଅର୍ଥରାଶି ଆପେଆପେ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଉଛି । ଲୋକଙ୍କୁ ଆଉ କ୍ୟାଶ, କ୍ୟୁଆର କୋଡର ବ୍ୟବହାର କରିବାକୁ ପଡ଼ୁନାହିଁ । ଦେଶରେ କ୍ୟୁଆର କୋଡର ବ୍ୟବହାର ବହୁତ ପୁରୁଣ ହୋଇସାରିଥିବା ବେଳେ ଏବେ ଏହି ନୂଆ ଟେକ୍ନୋଲୋଜିକୁ ବିଭିନ୍ନ ଶପିଂ ମଲମାନଙ୍କରେ ଲୋକମାନେ ବ୍ୟବହାର କରୁଛନ୍ତି । ଆପଣ ଯେଉଁଠି ଜିନିଷ କିଣିବେ ସେଠାରେ ଥିବା ମେଶିନରେ ନିଜର ହାତକୁ ରଖିଲେ, ଆପଣଙ୍କର ବ୍ୟାଙ୍କର ଡିଟେଲ୍ସ ସେମାନଙ୍କ ସିଷ୍ଟମରେ ଫିଡ୍ ହୋଇଯିବ । ତା’ପରେ ଆପଣ ନିଜ ପସନ୍ଦ ମୁତାବକ ସାମଗ୍ରୀ କ୍ରୟ କରିପାରିବେ । ଦେଶରେ ଯେ କୌଣସି ବ୍ରାଞ୍ଚରେ ଏହି ପ୍ରକାର ପେମେଣ୍ଟ ହେଉଥିବା ଦେଖିବାକୁ ମିଳୁଛି ।