fbpx

ବାଜିବନି DJ, ଫୁଟିବନି ବାଣ: କଟକରେ ପୂଜା ବେଳେ Fire Gunକୁ ବି ବାରଣ

କଟକ: ପୂଜା ପାର୍ବଣ ସମୟରେ ସୁରକ୍ଷା ଉପରେ ଖୁବ ଦୃଷ୍ଟି ଦେଇଛନ୍ତି ସରକାର । ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଝଲସି ଉଠିଲାଣି ସିଲଭର ସିଟି କଟକ । ତେବେ ଦଶହରାରେ କଟକର ଚମକକୁ ଟିକେ ଫିକା କରିବ ସରକାରଙ୍କ କଡ଼ା ନିର୍ଦ୍ଦେଶ । ପାର୍ବଣ ଋତୁକୁ ସୁରକ୍ଷିତ କରିବା ପାଇଁ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି ।

ଆସନ୍ତା ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସହରରେ ଡିଜେ, ଏଲଇଡି ଲାଇଟ ସାଙ୍ଗକୁ ଫାୟାର ଗନ୍ ବି ବାରଣ କରାଯାଇଛି । ପୂଜା ପେଣ୍ଡାଲ, ଭସାଣୀ ଶୋଭାଯାତ୍ରା ହେଉ କି ବାଲିଯାତ୍ରା କେଉଁଠି ବି ଏହିସବୁ ଜିନିଷ ବ୍ୟବହାର କରିବା ପାଇଁ ମନା କରାଯାଇଛି । ପାର୍ବଣ ଓ ବାଲିଯାତ୍ରାରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ଉପରେ ମଧ୍ୟ ରୋକ ଲାଗିଛି । ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ କଟକର ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ନଚେତ୍ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

Get real time updates directly on you device, subscribe now.