fbpx

ଦେଶରେ ୧୦୦୦ କୋଟି ଟଙ୍କାର ସାଇବର ଠକେଇ: ମାତ୍ର ଓଡ଼ିଶାରୁ କେତେ ତାହାର ସୂଚନା ନାହିଁ

ଭୁବନେଶ୍ୱର(ଓଡିଶା ଭାସ୍କର): କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଆଜି ସାଇବର ଅପରାଧ ବଢ଼ିବାରେ ଲାଗିଛି । ଦେଶରୁ ସାଇବର ଠକମାନେ ହଜାରେ କୋଟି ଟଙ୍କା ହଡ଼ପ କରି ନେଇଛନ୍ତି । ଏହି ଲୁଟରେ ଚୀନ, ଆଫଗାନିସ୍ତାନ ଓ ଥାଇଲାଣ୍ଡର ଠକମାନେ ସାମିଲ୍ ରହିଛନ୍ତି । ବେଙ୍ଗାଲୁରୁ ସାଇବର ସେଲ ୬ ଜଣ ସାଇବର ଠକଙ୍କୁ ଗିରଫ କରିବା ପରେ ଏପରି ଅନେକ ତଥ୍ୟ ସାମନାକୁ ଆସିଛି । ଠକମାନେ ଶହେରୁ ଅଧିକ ନିଷ୍କ୍ରିୟ କମ୍ପାନୀକୁ ଟାର୍ଗେଟ୍ କରି ଜାଲ୍ ସଂସ୍ଥା ଖୋଲିଥିଲେ ଓ ଉକ୍ତ ସଂସ୍ଥା ମାଧ୍ୟମରେ ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ବଦଳାଇ ବିଦେଶକୁ ପଠାଉଥିଲେ । ତେବେ ସବୁଠାରୁ ବଡ଼କଥା ହେଉଛି, ଏଭଳି ବଡ଼ଧରଣର ଠକେଇର ପର୍ଦ୍ଦାଫାସ୍ ହେବା ପରେ ମଧ୍ୟ ଓଡ଼ିଶାରୁ କେତେ ଟଙ୍କା ଲୁଟେରାମାନେ ହଡ଼ପ କରିଛନ୍ତି, ତାହାର ହିସାବ ମିଳୁନାହିଁ ।

ରାଜ୍ୟରେ ସାଇବର ଠକମାନେ କିଛି ଇ-କମର୍ସ କମ୍ପାନୀ ନାଁରେ ଠକିବାରେ ଲିପ୍ତ ରହିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିପାରିନାହିଁ । ୫ ଶହରୁ ଅଧିକ ଲୋକ ସାଇବର ସେଲରେ ଅଭିଯୋଗ କରିଥିଲେ ମଧ୍ୟ କେତେ ଟଙ୍କା ଠକେଇ ହୋଇଛି ସେନେଇ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ୨୦୧୯ରେ ପାଖାପାଖି ୨ ଲକ୍ଷ ଓ ୨୦୨୦ରେ ପାଖାପାଖି ୫ ଲକ୍ଷ ସାଇବର ଅପରାଧ ହୋଇଥିଲା । ବର୍ତ୍ତମାନ ଦେଶରେ ଚାଲିଥିବା ଟିକାକରଣକୁ ଟାର୍ଗେଟ୍ କରି ଚୀନ ଓ ଦକ୍ଷିଣ କୋରିଆ ହ୍ୟାକରମାନେ ଜାଲ୍ କୋୱିନ ପୋର୍ଟାଲ ୱେବସାଇଟ୍ ବ୍ୟବହାର କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.