fbpx

କର୍ମଜୀବୀ ମହିଳାଙ୍କ ପାଇଁ ଦୂର ହେଲା pregnancy ଚିନ୍ତା, ଏହି ଔଷଧ ଦ୍ୱାରା ୫ ବର୍ଷ ବୃଦ୍ଧି ପାଇବ ଗର୍ଭଧାରଣ କ୍ଷମତା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ନିଜ କ୍ୟାରିୟର ଉପରେ ଫୋକସ୍ କରିଥାନ୍ତି । ଫଳରେ ସେମାନଙ୍କ ବିବାହରେ ମଧ୍ୟ ବିଳମ୍ବ ଦେଖାଦେଇଥାଏ । ପରେ ପ୍ରେଗନେନ୍ସୀ ସମୟରେ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ଗର୍ଭଧାରଣ କ୍ଷମତା ଦୁର୍ବଳ ହେବାକୁ ଲାଗିଥାଏ । ବର୍ତ୍ତମାନ ବଜାରକୁ ଏଭଳି ଏକ ଔଷଧ ଆସୁଛି ଯଦ୍ୱାରା ଗର୍ଭଧାରଣ କ୍ଷମତା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

ଅଧିକାଂଶ ମହିଳା ପ୍ରାପ୍ତ ବୟସ ପରେ ବିବାହ କରିବା ପରେ ଗର୍ଭଧାରଣ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ଅନେକ IVFର ସାହାରା ନେଇଥାନ୍ତି । ବର୍ତ୍ତମାନ କର୍ମଜୀବି ମହିଳା ଏବଂ ବିଳମ୍ବରେ ବେବି ପ୍ଲାନ୍ କରିବାକୁ ଚାହୁଁଥିବା ମହିଳାଙ୍କ ପାଇଁ ସ୍ୱପ୍ନ ପୁରା କରିବ ଇମ୍ୟୁନୋସପ୍ରେସେଣ୍ଟ ରେପାମାଇସିନ୍(Immunosuppressant Rapamycin) । ଏହି ଔଷଧ ମହିଳାଙ୍କ ଗର୍ଭଧାରଣ କ୍ଷମତାମକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ । ତେବେ ପ୍ରାରମ୍ଭିକ ଫଳାଫଳରୁ ପ୍ରକାଶ ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ । କିନ୍ତୁ ଏହାର କିଛି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିଛି ଯେପରି ଇନଫେକ୍ସନ, ବିପି, ମୁଣ୍ଡବିନ୍ଧା ଇତ୍ୟାଦି । ଅପରପକ୍ଷଷର ଏକ ପ୍ରାରମ୍ଭିକ ଷ୍ଟଡିରୁ ପ୍ରକାଶ ଯେ ଏହି ଔଷଧ ସେବନ ପରେ ଅଧିକାଂଶ ମହିଳାଙ୍କ ସ୍ୱାସ୍ଥ୍ୟରେ ପୂର୍ବରୁ ସୁଧାର ଆସିଛି । ସେମାନଙ୍କ ଉର୍ଜ୍ଜା ସ୍ତର ଏବଂ ସ୍ମରଣଶକ୍ତି ଉତ୍ତମ ହୋଇଥାଏ । ଏହା ସହ ମହିଳାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଓ ବୟସ ୯ରୁ ୧୪% ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.