“କାହାକୁ କେଉଁଠି ଭୋଟ୍ ଦିଆଯାଏ କୁହାଯାଏନି, ମୁଁ ବି କହିବିନି”

ଓ୍ୱକଫ୍ ବିଲ୍ ଭୋଟିଂ, ମୁହଁ ଖୋଲିଲେ ସୁଲତା। ସୁପ୍ରିମୋ କହିଥିଲେ ନିଜ ବିବେକ ହିସାବରେ ଭୋଟ୍ ଦେବାକୁ। ତେଣୁ ବିଜେଡି ସାଂସଦ ବାଣ୍ଟିକି ଭୋଟ୍ ଦେଇଛନ୍ତି।

ଭୁବନେଶ୍ୱର: ଏବେ ଓ୍ୱକଫ ବିଲ୍ ଭୋଟିଂକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ତେଜିଛି ରାଜନୀତି। ଅନେକ ବିଜେଡି ନେତା ବି ସସ୍ମିତଙ୍କ ବିରୋଧରେ ଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି ରଖିଛନ୍ତି।

ଗଣମାଧ୍ୟମରେ ପ୍ରତ୍ୟେକ ଦିନ ଏହି ଓ୍ୱକଫ ବିଲକୁ ନେଇ ଅନେକ ନେତା ଅନେକ କଥା କହୁଛନ୍ତି। ହେଲେ ରାଜ୍ୟସଭାରେ ଓ୍ୱକଫ ବିଲ ପାଇଁ ଭୋଟେ ଦେଇଥିବା ରାଜ୍ୟସଭା ସାଂସଦ ସୁଲତା ଦେଉ କିନ୍ତୁ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ହେଲେ ଏବେ ସୁଲତା ମୁହଁ ଖୋଲିଛନ୍ତି।

ଆଉ ମୁହଁ ଖୋଲିବା ସହ ଜବାବ ଦେଇ ଅନେକ ଲୋକଙ୍କ ମୁହଁ ମଧ୍ୟ ବନ୍ଦ କରିଦେଇଛନ୍ତି। ଆଉ ଓ୍ୱକଫ ବିଲ୍ ଭୋଟିଂକୁ ନେଇ କହିଛନ୍ତି, କାହାକୁ ଭୋଟ୍ ଦେଇଛୁ କହିବୁନି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏନେଇ ଉତ୍ତର ରଖିଛନ୍ତି ସୁଲତା।

କାହାକୁ ଭୋଟ୍ ଦେଇଛୁ ଜଣାଇବୁ ନାହିଁ। ନିଜ ବିବେକ ଅନୁସାରେ ଭୋଟ ଦେବାକୁ କହିଥିଲେ ସୁପ୍ରିମୋ। ଆମେ ବାଣ୍ଟିକି ଭୋଟ୍ ଦେଲୁ ବୋଲି କହିଛନ୍ତି ସୁଲତା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଭୋଟ୍ କିଏ କେଉଁଠି କିଏ ଦିଏ କାହାକୁ କୁହାଯାଏନି। ସବୁ ସମ୍ପ୍ରଦାୟର ସାଂସଦ ଥିବାରୁ ବାଣ୍ଟିକି ଭୋଟ୍ ଦେଇଛୁ।