fbpx

ମଦ ବୋତଲରେ ଆବଶ୍ୟକ ନାହିଁ ଚେତାବନୀ ସଙ୍କେତ: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ରାଜଧାନୀ ଦିଲ୍ଲୀରେ ବିଷାକ୍ତ ପାନୀୟ ଏବଂ ଡ୍ରଗ୍ସର ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାର ଉପରେ ନିୟମାବଳୀ ସହ ମଦ ବୋତଲରେ ସ୍ୱାସ୍ଥ୍ୟ ଚେତାବନୀକୁ ନେଇ ଷ୍ଟିକର ଲଗାଯିବା ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ ସିଗାରେଟ ପ୍ୟାକେଟରେ ବାଧ୍ୟତାମୂଳକ ଚେତାବନୀ ସଙ୍କେତ ଭଳି ମଦ ବୋତଲ ଉପରେ ସ୍ୱାସ୍ଥ୍ୟ ଚେତାବନୀ ଲେଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା  । ଏହାସହ ଇଲେକ୍ଟ୍ରୋନିକ, ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ବିଜ୍ଞାପନ ଦିଆଯିବା ନେଇ ମଧ୍ୟ କୁହାଯାଇଥିଲା ।

ପ୍ରଧାନ ବିଚାରପତି ୟୁ ୟୁ ଲଲିତଙ୍କ ନେତୃତ୍ୱରେ ତଥା ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ ଉପାଧ୍ୟାୟଙ୍କ ପିଟିସନର ଶୁଣାଣି କରି ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଉପାଧ୍ୟାୟ ଏହି ପିଟିସନରେ କହିଥିଲେ ଯେ ଆଲକହଲ ବୋତଲରେ ଚେତାବନୀ ଲେବଲ ଲଗାଇବା ଯୁବକଙ୍କ ପାଇଁ ଭଲ ହେବ । କୋର୍ଟ କହିଥିଲେ ଯେ କିଛି ଲୋକ କହିଛନ୍ତି ଯେ ଅଳ୍ପ ପରିମାଣରେ ନିଆଯାଇଥିବା ମଦ ସ୍ୱାସ୍ଥ୍ୟ ପାଇଁ ଭଲ  ।

Get real time updates directly on you device, subscribe now.