fbpx

ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନକୁ ନା’

Advertisement

ସମ୍ବଲପୁର,୨୯ ।୧୨(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଳନ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଲାଗିଛି କଟକଣା । କରୋନା ଦୃଷ୍ଟିରୁ ସମ୍ବଲପୁରରେ ଜିରୋ ନାଇଟ୍ ସେଲିବ୍ରେସନ ହେବ ନାହିଁ ।

ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲାଗିସାରିଛି । କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଏଥର ପାଳନ ହେବନି ଜିରୋ ନାଇଟ୍ ସେଲିବ୍ରେସନ୍ । ଜନସମାଗମ ଉପରେ ରୋକ୍ ଲଗାଇଛି ବିଏମସି । ଘରେ ରହି ନୂଆବର୍ଷ ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛି ।

କଟକ ମହାନଗର ନିଗମ ବା ସିଏମସି ପକ୍ଷରୁ ଜିରୋ ନାଇଟକୁ ନେଇ କଟକଣା ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହୋଟେଲ, ମଣ୍ଡପ,କ୍ଳବରେ ଭିଡ ଜମାଇବା ଉପରେ କଟକଣା ଲାଗିଛି । ନିଜ ନିଜ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ କଟକଣା ଲାଗିଛି । ହୋଟେଲଗୁଡିକ ନିଜ ଇନହାଉସରେ ସେଲିବ୍ରେସନ କରିପାରିବେ, ମାତ୍ର ଖୋଲା ଅଞ୍ଚଳରେ କରିପାରିବେ ନାହିଁ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.