ନୂଆଦିଲ୍ଲୀ: ମଙ୍ଗଳବାର ମାଦ୍ରାସ ହାଇକୋର୍ଟ ତାମିଲନାଡ଼ୁ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ତାମିଲନାଡ଼ୁ ସରକାରଙ୍କୁ Hindu Religious & Charitable Endowment (HR & CE) ବିଭାଗକୁ ସମସ୍ତ ହିନ୍ଦୁ ମନ୍ଦିର ସାମ୍ନାରେ ଏକ ବୋର୍ଡ଼ ଲଗାଇବା ପାଇଁ ନିର୍ଦ୍ଦଶ ଦେଇଛନ୍ତି ଯେଉଁଥିରେ ଲେଖାଥିବ କି ମନ୍ଦିରର ‘କୋଡିମାରମ’(ଧ୍ୱଜ ସ୍ତମ୍ଭ) ଆଗକୁ ଯିବାର ଅନୁମତି ନାହିଁ । ହିନ୍ଦୁମାନଙ୍କୁ ନିଜ ଧର୍ମ ମାନିବା ଏବଂ ପାଳନ କରିବାର ଅଧିକାର ଅଛି ବୋଲି କୋର୍ଟ କହିଥିଲେ ।
ହାଇକୋର୍ଟର ମଦୁରାଇ ପୀଠର ନେ.ଡି. ସେନ୍ଥିଲ କୁମାରଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଏସ୍ ଶ୍ରୀମତି ଏହି ରାୟ ଦେଇଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ଅଣ ହିନ୍ଦୁ ମନ୍ଦିରରେ ପ୍ରବେଶ କରେ ତେବେ କତ୍ତୃପକ୍ଷ ସେହି ବ୍ୟକ୍ତିଙ୍କ ଠାରୁ ଏକ ଶପଥ ପତ୍ର ଗ୍ରହଣ କରିବାକୁ ପଡ଼ିବ । ଯେଉଁଥିରେ ଉଲ୍ଲେଖ ଥିବ ଯେ ସେହି ବ୍ୟକ୍ତି ଦେବତାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ହିନ୍ଦୁ ଧର୍ମ ଏବଂ ମମନ୍ଦିରର ରୀତିନୀତି ଏବଂ ପ୍ରଥାର ପାଳନ କରିବ । ଏହା ସହ କତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ଏକ ରେଜିଷ୍ଟରରେ ଏଭଳି କାର୍ଯ୍ୟର ରେକର୍ଡ଼ ରହିବ ବୋଲି ଜଷ୍ଟିସ୍ ଏସ୍ ଶ୍ରୀମତି କହିଛନ୍ତି ।