fbpx

ଆଉଏକ ଭୟଙ୍କର ଭାଇରସ୍, ଘାତକ ହୋଇପାରେ…

ନୂଆଦିଲ୍ଲୀ: ମହାମାରୀ କରୋନାରେ ସମଗ୍ର ବିଶ୍ୱ କଲବଲ ହୋଇସାରିଲାଣି । ପ୍ରଥମର ଦାଉ ନସରୁଣୁ ଦ୍ୱିତୀୟ ୱେଭ୍ ଲାଗି ହନ୍ତସନ୍ତ ହୋଇଗଲେ ଜନତା । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିବା ଅନୁସାରେ ଆମେ ତୃତୀୟ ୱେଭର ପ୍ରାରମ୍ଭିକ ପର୍ଯ୍ୟ।।ୟ ଦେଇ ଗତିକରୁଛେ । ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ୱେଭ୍ ଏହାର ପ୍ରଭାବ କରିସାରିଥିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏହାରି ମଧ୍ୟରେ ଦେଖାଦେଇଛି ଆଉଏକ ମାରାତ୍ମକ ଭାଇରସ୍ । ଏହା ବଡ଼ ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇସାରିଲେଣି ।

ଭୟଙ୍କର ସଂକ୍ରମଣର ପ୍ରଭାବ ଦେଖାଦେଇଥିବା ଏହି ନୂଆ ଭୂତାଣୁକୁ ନୋରୋଭାଇରସ୍ କୁହାଯାଉଛି । ଏହା ଭୋମିଟିଙ୍ଗ୍ ବଗ୍ ଭାବରେ ମଧ୍ୟ ଜଣାଶୁଣା । ସଂକ୍ରାମକ ଦୃଷ୍ଟିରୁ ଭଡ଼ ଭୟାନକ ବୋଲି କୁହାଯାଉଥିବାବେଳେ ଇଂଲଣ୍ଡରେ ଏହି ନୋରୋଭାଇରସ୍ ରୋଗ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବ୍ରିଟିଶ ସରକାର ଇଂଲଣ୍ଡରେ ଜାରି କରିଥିବା କରୋନା ମହାମାରୀ ପାଇଁ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ତେଣୁ ନୂଆ ନୋରୋଭାଇରସ୍ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞ ସତର୍କ କରାଇସାରିଲେଣି ।

Get real time updates directly on you device, subscribe now.