fbpx

ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣା: ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୩ ମସିହାର ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ ଦେଇଛନ୍ତି ଧର୍ମଗଡ଼ ଏଡିଜେ । ୨୦୧୬ ମସିହାରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ।

ତେବେ ୨ ଦାଦନଙ୍କୁ ଅକଥନୀୟ ନିର୍ଯ୍ୟାତନା ପରେ ହାତ ପାପୁଲି କଟାଯାଇଥିଲା । ଏଭଳି ନୃଶଂସ କାଣ୍ଡ କଳାହାଣ୍ଡି-ବଲାଙ୍ଗିର ସୀମାର ଏକ ଜଙ୍ଗଲରେ ଘଟିଥିଲା ।

Get real time updates directly on you device, subscribe now.