୨୦୨୫: ବିନାଶର ପୂର୍ବାଭାଷ, ଭୟଭୀତ ବହୁ ରାଷ୍ଟ୍ର, ଡରାଇଲାଣି ବାବା ଭେଙ୍ଗା ଓ ନାସ୍ତ୍ରୋମସଙ୍କ ଭବିଷ୍ୟବାଣୀ

ଭବିଷ୍ୟ ଆକଳନରେ ଏଲିଏନଙ୍କ ଯୋଗାଯୋଗ, ବ୍ଲାଡିମିର ପୁତିନଙ୍କୁ ହତ୍ୟା ଉଦ୍ୟମ, ୟୁରୋପରେ ଆତଙ୍କୀ ଆକ୍ରମଣ ଓ ରାଜା ଚାର୍ଲ୍ସଙ୍କ ପାଇଁ ଶାସନ ବ୍ୟବସ୍ଥାରେ ଅସ୍ଥିରତା ପରି ଭବିଷ୍ୟବାଣୀ କରିଥିଲେ

ନୂଆଦିଲ୍ଲୀ- ଦୁଇ ଭବିଷ୍ୟକାର ଯେଉଁ ବର୍ଷ ଆଡେ ସଙ୍କେତ ଦେଇଥିଲେ, ସେହି ବର୍ଷ ଆସି ପହଞ୍ଚିଛି । ଉଭୟ ୨୦୨୫ରେ ବିଶ୍ୱ ଧ୍ୱଂସ ନେଇ କରିଥିଲେ ଆକଳନ । ଏବେ ଏହି ଆକଳନକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । କାରଣ ବାବା ଭେଙ୍ଗା ଓ ନାଷ୍ଟ୍ରେମ୍ସ ନିଜ ଭବିଷ୍ୟ ଆକଳନରେ ଏଲିଏନଙ୍କ ଯୋଗାଯୋଗ, ବ୍ଲାଡିମିର ପୁତିନଙ୍କୁ ହତ୍ୟା ଉଦ୍ୟମ, ୟୁରୋପରେ ଆତଙ୍କୀ ଆକ୍ରମଣ ଓ ରାଜା ଚାର୍ଲ୍ସଙ୍କ ପାଇଁ ଶାସନ ବ୍ୟବସ୍ଥାରେ ଅସ୍ଥିରତା ପରି ଭବିଷ୍ୟବାଣୀ କରିଥିଲେ ।

ଉଭୟ ୨୦୨୫ରେ ୟୁରୋପରେ ଏକ ବିନାଶକାରୀ ସଂଘର୍ଷ ହେବ ବୋଲି କହିଥିଲେ । ଏବେ ଏହି ବିଷୟକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହାରୁ ଭିତରେ ଏହି ଭବିଷ୍ୟବାଣୀ ବ୍ରିଟେନ ପାଇଁ ବଜାଇଛି ସତର୍କ ଘଣ୍ଟି ।

୧୯୯୬ରେ ମୃତ୍ୟୁବରଣ କରିଥିବା ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୯-୧୧ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଚେରନୋବିଲ ବିପଦ ଆଦିର ଭବିଷ୍ୟବାଣୀ କରିଥିଲେ ।

ବାବା ଭେଙ୍ଗା ୨୦୨୫ରେ ୟୁରୋପରେ ବିନାଶକାରୀ ଯୁଦ୍ଧ ନେଇ ବାର୍ତ୍ତା ଦେଇଥିଲେ । ଏହି ଯୁଦ୍ଧରେ ମହାଦ୍ୱୀପର ଜନବସତି ଶେଷ ହୋଇଯିବ ବୋଲି କୁହାଯାଇଥିଲା । ଏଥିରେ କେବଳ ରୁଷ ରକ୍ଷା ପାଇବ ସହ ସାରା

ଦୁନିଆରେ ଆଧିପତ୍ୟ ବିସ୍ତାର କରିବ ବୋଲି ଭେଙ୍ଗା କହିଥିଲେ । ଏବେ ବି ୟୁକ୍ରେନ ସହ ରୁଷର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଅନ୍ୟ ଦେଶ ସବୁ ଜୋଡିହୋଇ ଯାଉଛନ୍ତି । ଯାହା ଚିନ୍ତା ବଢାଇ ଦେଲାଣି ।

ସେହିପରି ନାଷ୍ଟ୍ରେମ୍ସ ନିଜ ଭବିଷ୍ୟବାର୍ତ୍ତାରେ କହିଥିଲେ କି, ୟୁରୋପରେ ବିନାଶକାରୀ ଲଢେଇ ହେବ । ଏହି ଲଢେଇ ଅନ୍ତର୍ଜାତୀୟ ସ୍ତରରେ ଶତ୍ରୁତା ବଢାଇଦେବ ।

ସେ ଆହୁରି କହିଥିଲେ, ୨୦୨୫ରେ ଯୁଦ୍ଧ ସହ ପ୍ଲେଗ ବ୍ୟାପୀ ବ୍ରିଟେନ ବରବାଦ ହୋଇଯିବ । ସେ ଏଥିରେ ଅତୀତର ଏକ ବଡ ମହାମାରୀ କଡ ଲେଉଟାଇବାର ପୂର୍ବାନୁମାନ କରିଥିଲେ ।

ଏଥିସହ ଏହି ବର୍ଷ ନିର୍ଣ୍ଣାୟକ ଭୁମିକା ନେବ କ୍ଷମତା ହସ୍ତାନ୍ତରର ବୋଲି କହିଥିଲେ । ସେ କହିଥିଲେ କିହ, ପଶ୍ଚିମ ଶକ୍ତି କମିବ । ନୂଆ ବୈଶ୍ୱିକ ଶକ୍ତିର ସୃଷ୍ଟି ହେବ ବୋଲି କହିଥିଲେ ନାଷ୍ଟ୍ରେମ୍ସା