fbpx
BSKY SKY
BSKY SKY

ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାଦ ପଡ଼ିଲେ ସୁନୀଲ ଜାଖଡ଼, ଦେଲେ ଏଭଳି ପ୍ରତିକ୍ରିୟା…

BSKY

ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜାରି ରହିଛି ଟଣାଓଟରା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ବାଦ୍ ପଡ଼ିଥିବା କଂଗ୍ରେସ ନେତା ସୁନୀଲ ଜାଖଡ଼ କରିଛନ୍ତି ବଡ଼ ଖୁଲାସା । ସୁନୀଲ କହିଛନ୍ତି ସେ ହିନ୍ଦୁ ବୋଲି ପ୍ରାର୍ଥୀତ୍ୱରୁ ବାଦ୍ ପଡ଼ିଛନ୍ତି । ଏହାକୁ ତୀବ୍ର ନିନ୍ଦା ମଧ୍ୟ କରିବା ସହ ଏଥିପାଇଁ ଦୁଃଖିତ ବୋଲି କହିଛନ୍ତି ।

ସୁନୀଲ କହିଛନ୍ତି ଯେ ଦିଲ୍ଲୀର ବସିଥିବା ଦଳର ମୁଖିଆମାନେ ଏକ ଶିଖ୍ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ କରିବାକୁ ଚାହୁଛନ୍ତି । ସେହି କାରଣରୁ ଜଣେ ପଞ୍ଜାବୀ ହିନ୍ଦୁ ହୋଇଥିଲେ ମଧ୍ୟ ମତେ ଉପେକ୍ଷା କରାଯାଇଛି । ଦଳିତ ତଥା ଅନ୍ୟ ଜାତିଙ୍କୁ ସୁଯୋଗ ମିଳିଥିବାବେଳେ ହିନ୍ଦୁ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛି କଂଗ୍ରେସ ।

ସେ ଆହୁରି କହିଛନ୍ତି ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଇସ୍ତଫା ପ୍ରଦାନ କଲେ ସେ ସମୟରେ ସିଦ୍ଧୁ କିମ୍ବା ଚନ୍ନୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ମଧ୍ୟ ନଥିଲେ । କଂଗ୍ରେସର ୭୯ ବିଧାୟକଙ୍କ ମଧ୍ୟରୁ ୪୨ ଜଣ ମୋ ପ୍ରତି ସମର୍ଥନ ଜାହିର କରିଥିଲେ । ତଥାପି ଦଳିତ କାର୍ଡ ଖେଳିବା ପାଇଁ କଂଗ୍ରେସ ନେତୃବୃନ୍ଦ ମତେ ପ୍ରତ୍ୟାଖାନ କରିଛନ୍ତି ।

Get real time updates directly on you device, subscribe now.