fbpx
BSKY SKY
BSKY SKY

ଭାଇ ଭାଇର ସମ୍ପର୍କ: ଗୋଟିଏ ଦିନରେ ହୋମ, ଗୋଟିଏ ଦିନରେ ଜଳିଲା ଦୁହିଁଙ୍କ ଯୁଇ

BSKY

ସିରୋହି: କଥାରେ ଅଛି ଦୁନିଆକୁ ଆସିଛେ ଏକା, ଯିବା ଏକା । ଇଏ ତ ବିଧିର ବିଧାନ । ଆଉ ବିଧିର ବିଧାନ କିଏ ବା ଭାଙ୍ଗିପାରିବ । କିନ୍ତୁ ବିଧିର ଏ ବିଧାନକୁ ଭାଙ୍ଗି ଦେଇଛନ୍ତି ରାଜସ୍ଥାନ ସିରୋହିର ଦୁଇ ଭାଇ । ଉଭ୍ରଙ୍କ ଭିତରେ ଥିବା ଭଲପାଇବା, ସ୍ନେହ ଆଉ ନିବିଡତା ଏତେ ଗହୀର ଥିଲା ଯେ ସ୍ୱୟଂ ମୃତ୍ୟୁ ବି ଦୁହିଁଙ୍କ ଆଗରେ ମୁଣ୍ଡ ନୁଆଁଇଛି । ଯୋଡି ଭାଙ୍ଗିବାରେ ସକ୍ଷମ ହୋଇ ପାରିନାହାନ୍ତି କାଳ ଦେବତା ଯମ । ମୃତ୍ୟୁ ପର୍ଯ୍ୟନ୍ତ ନୁହେଁ ମୃତ୍ୟୁ ପରେ ବି ଉଭୟ ସାଙ୍ଗରେ ରହିଥିଲେ ।

ଏ ଦୁଇ ଭାଇ ହେଉଛନ୍ତି ସିରୋହି ରେୱଦର ଉପଖଣ୍ଡ ଡାଙ୍ଗରାଲି ଗାଁର ରାୱତାରାମ ଏବଂ ହୀରାରାମ । ଦୁଇ ଭାଇଙ୍କ ବୟସ ଭିତରେ ରହିଛି ୧୫ ବର୍ଷର ଫରକ । କିନ୍ତୁ ଉଭୟଙ୍କ ପ୍ରେମ ଆଉ ଭଲପାଇବା ଏହି ଫରକକୁ ଫିକା କରି ଦେଇଥିଲା । ଭାଇ ଭାଇ ମଧ୍ୟରେ ଏମିତି ସମ୍ପର୍କ ଥିଲା ଯେ, ଗୋଟିଏ ଦିନରେ ଉଭୟଙ୍କର କୋକେଇ ଉଠିଛି । ଯାହା ଏଠାକାର ସମସ୍ତ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନରୁ ଅସୁସ୍ଥ ଥିଲେ ହୀରାରାମ, କିନ୍ତୁ ରାୱତାରାମ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି କହିଛନ୍ତି ପୁଅ ଭିକାଜି । ତେବେ ବିସ୍କୁଟ ଖାଇ ହୀରାଙ୍କ କଥା ପଚାରି ସେଦିନ ରାତିରେ ଶୋଇ ପଡିଥିଲେ ରାୱତାରାମ । କିନ୍ତୁ ସକାଳୁ ଆଉ ଉଠି ନଥିଲେ । ସେପଟେ ହୀରା ଥଣ୍ଡା ଯୋଗୁଁ ପିଣ୍ଡାକୁ ଖରାରେ ବସିବାକୁ ନେଇଯିବାକୁ ପରିବାର ଳୋକଙ୍କୁ କହିଥିଲେ । ବାସ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ବାସ କିଛିଟା ମୁହୂର୍ତ୍ତର ବ୍ୟବଧାନରେ ଦୁଇ ଭାଇ ଦୁନିଆ ଛାଡି ଚାଲିଗଲେ ।

Get real time updates directly on you device, subscribe now.