fbpx

IND vs BAN; କୋହଲି ନୁହେଁ, ଓପନିଙ୍ଗ କରିବେ ଋଷଭ ପନ୍ତ! ବ୍ୟାଟିଂ ଅର୍ଡରରେ ରୋହିତ କରିବେ ‘ବିରାଟ’ ପରିବର୍ତ୍ତନ

Advertisement

ନୂଆଦିଲ୍ଲୀ: ଆଜି ସୁପର-୮ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । ଲିଗ୍ ପର୍ଯ୍ୟାୟ ଏବଂ ସୁପର-୮ର ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆର ଆତ୍ମବିଶ୍ୱାସ ଖୁବ ଉଚ୍ଚରେ ରହିଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ ହୋଇଛି ବାଂଲାଦେଶ । ତେଣୁ ଏହି ମ୍ୟାଚରେ କମବ୍ୟାକ ଆଶାରେ ମଇଦାନକୁ ଓହ୍ଲାଇବ ସାଣ୍ଟୋ ସେନା । ଭାରତୀୟ ଦଳ ସମ୍ପୂର୍ଣ୍ଣ ସନ୍ତୁଳିତ ରହିଥିଲେ ମଧ୍ୟ ବିରାଟ କୋହଲିଙ୍କ ଫର୍ମ ରୋହିତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେଣୁ ଆଜି ବ୍ୟାଟିଂ ଅର୍ଡରରେ ଏକ ବଡ଼ ପରିବର୍ତ୍ତନ କରିପାରନ୍ତି ଅଦିନାୟକ ରୋହିତ ଶର୍ମା ।

ଟି-୨୦ ବିଶ୍ୱକପରେ ବିରାଟ ୪ଟି ମ୍ୟାଚରେ ଓପନିଙ୍ଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଶାନୁଯାୟୀ ପାଳି ଖେଳି ପାରି ନାହାନ୍ତି । ତେଣୁ ଆଗକୁ ନକ୍ ଆଉଟ୍ ମ୍ୟାଚକୁ ଦୃଷ୍ଟିରେ ରଖି ରୋହିତ ବାଂଲାଦେଶ ବିପକ୍ଷ ମ୍ୟାଚରେ ରଣନୀତି ପରିବର୍ତ୍ତନ କରିପାରନ୍ତି । ବିରାଟଙ୍କ ସ୍ଥାନରେ ଓପନିଙ୍ଗ ପାର୍ଟନର ପରିବର୍ତ୍ତନ କରିପାରନ୍ତି ରୋହିତ । ୩ ନମ୍ବରରେ ବିରାଟଙ୍କୁ ସୁଯୋଗ ଦେଇ ତାଙ୍କୁ ପୁରୁଣା ଲୟକୁ ଫେରିବାର ସୁଯୋଗ ଦିଆ ଯାଇପାରେ । ତେବେ ଏମିତି ହେଲେ ରୋହିତଙ୍କ ସହ ପାଳି ଆରମ୍ଭ କରିବା ପାଇଁ ଋଷଭ ପନ୍ତଙ୍କୁ ଦାୟିତ୍ୱ ମିଳିପାରେ । ବିରାଟ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚରେ ଓପନିଙ୍ଗ କରିଥିବା ବେଳେ ସେ ୧,୪,୦ ଏବଂ ୨୪ ରନ୍ ସ୍କୋର କରିଛନ୍ତି । ତେଣୁ ତାଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସକୁ ଆଶା କରି ବ୍ୟାଟିଂ ଅର୍ଡରରେ ୩ ନମ୍ବରରେ ତାଙ୍କୁ ଖେଳାଇପାରନ୍ତି ରୋହିତ ଏବଂ ଦ୍ରାବିଡ ।

ସେପଟେ ବିରାଟ କୋହଲିଙ୍କୁ ନେଇ ଦଳରେ ଦେଖା ଦେଇଥିବା ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛନ୍ତି ଋଷଭ ପନ୍ତ । ବିଶ୍ୱକପରେ କମବ୍ୟାକ କରି ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ଋଷଭ ବିରାଟଙ୍କ ସ୍ଥାନରେ ଓପନିଙ୍ଗ କରିବା ପାଇଁ ଏକଦମ୍ ଫିଟ୍ ରହିଛନ୍ତି । ରୋହିତଙ୍କ ସହ ଋଷଭ ପାଳି ଆରମ୍ଭ କଲେ, ବିରାଟ ୩ ନମ୍ବରରେ ଟିମ ଇଣ୍ଡିଆକୁ ବଡ଼ ସ୍କୋରରେ ପହଞ୍ଚାଇ ପାରନ୍ତି । ଏହାବ୍ୟତୀତ ଭାରତକୁ ବାମ-ଡାହାଣ ହାତୀ ଓପନିଙ୍ଗ କମ୍ବିନେସନ୍ ମଧ୍ୟ ମିଳିପାରିବ । ସେହିପରି ଋଷଭ ଓପନିଙ୍ଗ କଲେ, ପ୍ରଥମ ଓଭରରୁ ସେ ପ୍ରତିପକ୍ଷ ବୋଲରଙ୍କୁ ଆଟାକ କରିପାରିବେ । ଯାହା ଫଳରେ ରୋହିତ ମଧ୍ୟ କିଛି ସମୟ ପାଇପାରନ୍ତି ।

ଦୀର୍ଘ ଦିନ କ୍ରିକେଟରୁ ଦୂରେଇ ରହିବା ପରେ ବିଶ୍ୱକପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତିି ଋଷଭ ପନ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ଋଷଭ ଭଲ ଫର୍ମରେ ଥିବା ବେଳେ ସେ ଓପନିଙ୍ଗ ଦାୟିତ୍ୱ ଗ୍ରହଣ କଲେ ଟିମ ଇଣ୍ଡିଆକୁ ଖୁବ ଫାଇଦା ମିଳିପାରେ । ରୋହିତ-ଋଷ ପାଳି ଆରମ୍ଭ କଲେ ମଧ୍ୟକ୍ରମରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ପାଳି ଖେଳିପାରିବେ । ଏହପାରେ ଶିବମ ଦୁବେ ୬ ନମ୍ବରରେ ଖେଳିପାରନ୍ତି । ପରେ ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ ଏବଂ କୁଳଦୀପ ଯାଦବ ୩ ସ୍ପିନର ଭାବରେ ଟିମରେ ସ୍ଥାନ ପାଇବେ । ତେବେ ଫାଷ୍ଟ ବୋଲରରେ ବୁମରାହ ଏବଂ ଅର୍ଶଦୀପ ଭଲ ଲୟରେ ରହିଛନ୍ତି ।

ଭାରତୀୟ ଦଳର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରାହ।

Get real time updates directly on you device, subscribe now.