fbpx

(Video) ଡାଲି ନୁହେଁତ ହଳଦୀ ପାଣି; ମଧ୍ୟାନ ଭୋଜନରେ ସ୍କୁଲ୍ ପିଲାଙ୍କୁ ମିଳୁଛି ଏପରି ନିମ୍ନମାନର ଖାଇବା

ଓଡ଼ିଶା ଭାସ୍କର: ଆପଣ ଆଗରୁ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଦଖିଥିବେ। ହେଲେ କେବେ ଏଭଳି ନିଚ ଧରଣର କାର୍ଯ୍ୟ କେବେ ଦେଖିନଥିବେ। ଏତେ ହୀନ ଭାବନା ଶେଷରେ କୁନି ପିଲାଙ୍କ ଖାଇବାରେ ଆଖି ପକାଇଲେ, ଡ଼ାଲି ଖାଇଗଲେ ହଳଦୀ ପାଣି ଦେଲେ। ଦେଖନ୍ତୁ ଏରେ ଏ ଡାଲିକୁ ଦେଖିଲେ ଲାଗୁଛି ବନ୍ୟା ପାଣି ଭଳି। ସୂଚନା ଅନୁସାରେ ୟୁପିର କନୌଜ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଏହି ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓଟିକୁ @priyarajputlive ନାମକ ଆକାଉଣ୍ଟରେ ଟ୍ୱିଟର୍ ରେ ସେୟାର କରାଯାଇଛି। ଏବେଯାଏଁ ଏହି ଭିଡିଓକୁ ଏକ ଲକ୍ଷ ଦଶ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। 2100ରୁ ଅଧିକ ଲୋକ ଲାଇକ୍ କରିଛନ୍ତି। 247 ଜଣ ଲୋକ କମେଣ୍ଟ କରିଛନ୍ତି।

ଭିଡ଼ିଓଟି 20 ଡିସେମ୍ବର ରାତିରେ ପୋଷ୍ଟ କରାଯାଇଛି। ସେ କଟାକ୍ଷ କରି ଲେଖିଛନ୍ତି- ଏଭଳି ପୁଷ୍ଟିକର ଡାଲି ଖାଇବା ପରେ ପିଲାଙ୍କ ଠାରେ ପ୍ରୋଟିନର ମାତ୍ରା ଅଧିକ ହୋଇ ଯାଉ। ଅନେକ ଲୋକ ଭିଡ଼ିଓକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏଭଳି ପରିସ୍ଥିତି କେବଳ ଏହି ବିଦ୍ୟାଳୟର ନୁହେଁ, ବରଂ ଭାରତର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟର ଏଭଳି ଅବସ୍ଥା, କିନ୍ତୁ ଅଭିଯୋଗ କରିବାର କ’ଣ ଲାଭ, ସରକାରଙ୍କ କାନ ପାଖରେ ପହଁଚିବ ନାହିଁ, ଅଧିକାରୀଙ୍କ କାନରକୁ ଶୁଭିବ ନାହିଁ, ଏବେ କିଛି ପ୍ରଭାବ ପଡ଼ିଲେ ମଧ୍ୟ କାଗଜପତ୍ରରେ ସବୁ ସରିଯିବ, ଏହା ହିଁ ବାସ୍ତବତା।’ 

Get real time updates directly on you device, subscribe now.