fbpx

(Video) ସାରା ନୁହେଁ, ଏହି ଅଭିନେତ୍ରୀଙ୍କୁ ବାହା ହେବେ ଶୁଭମନ୍ ଗିଲ୍ ! ୨୦୨୪ରେ ହିଁ ପଡ଼ିବ ହାତଗଣ୍ଠି…

ଓଡ଼ିଶା ଭାସ୍କର: ଟି୨୦ ବିଶ୍ୱକପ୍ ମଧ୍ୟରେ ଶୁଭମନ ଗିଲଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ମିଡିଆ ରିପୋର୍ଟରେ କୁହାଯାଉଛି କି ଶୁଭମନ ଗିଲ ଖୁବଶୀଘ୍ର ଟିଭି ଜଗତର ହସିନା ରିଦ୍ଧିମା ପଣ୍ଡିତଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏମିତିକି ବିବାହ ତାରିଖ ବି ସାମ୍ନାକୁ ଆସିଛି । ଖବରକୁ ଯଦି ବିଶ୍ୱାସ କରିବା ତେବେ ଶୁଭମନ ଗିଲ ଓ ରିଦ୍ଧିମା ପଣ୍ଡିତ ଡିସେମ୍ବର ମାସରେ ନେବେ ସାତଫେରେ । ୨୦୨୪ ଡିସେମ୍ବରରେ ଜୟପୁର ରାଜସ୍ଥାନରେ ହୋଇପାରେ ବିବାହ । ଏମାନେ ଦୁହେଁ ନିଜ ବିବାହକୁ ଗୁପ୍ତ ରଖିବାକୁ ଚାହୁଁଛନ୍ତି । ତେବେ ଏମିତିକି କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଜଣାପଡିଛି କି, କଥିତ ବିବାହରେ କୌଣସି ପ୍ରକାର ଫୋନ ଓ ମିଡିଆ କଭରେଜ ପାଇଁ ଅନୁମତି ମିଳିବ ନାହିଁ ।

ରିଦ୍ଧିମା ପଣ୍ଡିତଙ୍କ ପୂର୍ବରୁ ବଲିଉଡ ଆକ୍ଟ୍ରେସ ସାରା ଅଲୀ ଖାନ୍ ଓ ସାରା ତେନ୍ଦୁଲକରଙ୍କ ସହ ଶୁଭମନ ଗିଲଙ୍କ ନାଁ ଯୋଡି ହୋଇଛି । ତେବେ ରିଦ୍ଧିମା ଓ ଶୁଭମନ ଗିଲ ଗତ କିଛି ସମୟ ଧରି ଡେଟ କରୁଛନ୍ତି । ଦୁହେଁ ନିଜ ସଂପର୍କକୁ ନୂଆ ନାଁ ଦେବାକୁ ଯାଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ବର ୨୦୨୪ରେ ଦୁହେଁବ ବିବାହ କରିବାକୁ ଯାଉଛନ୍ତି । ହେଲେ ଅନ୍ୟପଟେ ଆକ୍ଟ୍ରେସ ରିଦ୍ଧିମା ଏଙି ଖବର ଉପରେ ରଖିଛନ୍ତି ନିଜ ମନ୍ତବ୍ୟ । ସେ କହିଛନ୍ତି କି, ଶୁଭମନ ଗିଲଙ୍କ ସହ ତାଙ୍କର ବିବାହ ହେଉନାହିଁ । ଏସବୁ ଦାବିରେ କୌଣସି ପ୍ରକାରର ସତ୍ୟତା ନାହିଁ ।

ତେବେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି । ଭାରତକୁ ସେଠାରେ ଟି୨୦ ବିଶ୍ୱକପ ପୂର୍ବରୁ ବାଂଲାଦେଶ ବିପକ୍ଷରେ ପ୍ରାକ୍ଟିସ ମ୍ୟାଚ ଖେଳିବାର ଅଛି । ତେବେ ଟି-୨୦ ବିଶ୍ୱକପ ସୂଚୀରେ ଶୁଭମନଙ୍କ ନାମ ସାମିଲ ନାହିଁ । ଯଦିଓ ତାଙ୍କୁ ରିଜର୍ଭ ଖେଳାଳୀ ଭାବେ ଲିଷ୍ଟରେ ରଖାଯାଇଛି । ଯଦି କୌଣସି ଖେଳାଳି ଟି୨୦ ବିଶ୍ୱକପ ମଧ୍ୟରେ ଆହତ ହୁଅନ୍ତି, ତେବେ ଶୁଭମନଙ୍କୁ ଖେଳିବାର ମଉକା ମିଳିପାରେ ।

Get real time updates directly on you device, subscribe now.