fbpx
BSKY SKY
BSKY SKY

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ଆସନ୍ତା ୨୬ ତାରିଖରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏହାପରେ ଜୁନ ୩ରେ ନାମାଙ୍କନ ଯାଞ୍ଚ କରାଯିବ ଓ ୬ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସମୟ ଧାର୍ଯ୍ୟ କରାଯାଇଛି । ଆବଶ୍ୟକ ପଡ଼ିଲେ ଜୁନ୍ ମାସ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ ।

ଜୁନ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଉକ୍ତ ଦିନ ୫ଟାରେ ଭୋଟ ଗଣତି କରାଯିବ । କଟକ ମହାନଗମର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନରେ ଯେଉଁ ପ୍ରାର୍ଥୀ ବିଜୟ ଲାଭ କରିବେ ସେ ଆସନ୍ତା ୨୦୨୬ ଏପ୍ରିଲ ମାସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

ସୂଚନାଯୋଗ୍ୟ ଯେ, ଗତକାଲି ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା । ନିର୍ବାଚନ କମିଶନ ଜୁନ ୧୦କୁ ନିର୍ବାଚନ ତାରିଖ ସ୍ଥିର କରିଥିବା ବେଳେ ଓଡ଼ିଶାର ୩ଟି ସିଟ ପାଇଁ ଭୋଟ ହେବ । ଏନ.ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ ତାରିଖରେ ଶେଷ ହେଉଛି ।

Get real time updates directly on you device, subscribe now.