fbpx

ଟ୍ୱିଟରରେ ମ୍ୟାନେଜମେଣ୍ଟ ପଦରୁ ଦୁଇ ଜଣଙ୍କ ଛୁଟି: ନୂଆ ନିଯୁକ୍ତି ବି ବନ୍ଦ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ମ୍ୟାନେଜମେଣ୍ଟ ପଦର ୨ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି ଏହି ସୋଶିଆଲ ସୋଶିଆଲ ମାଇକ୍ରୋବ୍ଲଗିଙ୍ଗ ୱେବସାଇଟ । ଏହା ସହିତ ନୂଆ ନିଯୁକ୍ତିରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଟ୍ୱିଟରର ଜେନେରାଲ ମ୍ୟାନେଜର କାୟବନ ବେକପୋର ଏବଂ କମ୍ପାନୀର ରିଭେନ୍ୟୁ ଏବଂ ପ୍ରଡକ୍ଟ ହେଡ ବ୍ରୁସ ଫଲ୍କଙ୍କୁ କମ୍ପାନୀ ନିଲମ୍ବିତ କରିଛି ।

୭ ବର୍ଷ ଏଠାରେ କାମ କରିବା ପରେ କମ୍ପାନୀରୁ ବାହାରିଥିବା କହିଛନ୍ତି କାୟବନ ବେକପୋର । ତେବେ କମ୍ପାନୀରୁ ବାହାରି ଯିବା ପରେ ସେ ସମସ୍ତ ଘଟଣା ପଦାକୁ ଆଣିଛନ୍ତି । ଟ୍ୱିଟର ଛାଡିବା ନିଷ୍ପତ୍ତି ତାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଟିମକୁ ଏକ ଅଲଗା ଦିଗକୁ ନେବା ପାଇଁ ଚାହୁଁଥିବା ତାଙ୍କୁ କହିଥିଲେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ । ଏବଂ ଏହାପରେ ତାଙ୍କୁ ଯିବା ପାଇଁ କୁହାଯାଇଥିଲା ବୋଲ ବେକପୋର ପ୍ରକାଶ କରିଛନ୍ତି ।

ତେବେ ଟ୍ୱିଟରର ସିଇଓ ଏହାର ଜବାବ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଟ୍ୱିଟର ପାଇଁ ଆପଣ ଯାହା କିଛି ବି କରିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ଦୀର୍ଗ ଦିନ ପର୍ଯ୍ୟନ୍ତ ଆପଣଙ୍କ ପ୍ରଭାବ ଅନୁଭୂତ ହେବ ବୋଲି କହିଛନ୍ତି ଟ୍ୱିଟରର ସିଇଓ । ତେବେ ବ୍ୟକ୍ତିଗତ ଭାବରେ ନିନ୍ତର ଧ୍ୟାନ ସହ ସାଥ ଦେଇ ଟିମକୁ ଆଗେଇ ନେବାରେ ସହଯୋଗ କରିଛନ୍ତି ଏବଂ ନେତୃତ୍ୱ ମଧ୍ୟ ନେଇଛନ୍ତି । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ବୋଲି ଟ୍ୱିଟ କରିଛନ୍ତି ସିଇଓ ପରାଗ ଅଗ୍ରୱାଲ ।

Get real time updates directly on you device, subscribe now.