fbpx

ଜାରି ହେଲା ନୋଟିଫିକେସନ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶାରେ କନିଷ୍ଠ ସହାୟକ ପଦ ପୂରଣ ହେବ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇରେ ୨୮ଟି ଓ ବିଏସଇରେ ୨୦ଟି ପଦ ଖାଲି ରହିଛି । ଏପରି ଭାବେ ମୋଟ ୧୦୮ଟି ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୬ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ସରିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯିବ ।

ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ବେସିକ୍ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଜାଣିଥିବେ । ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏସସି, ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଓ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଫିସ୍ ରହିଛି ।

ନୋଟିଫିକେସନ ଲିଙ୍କ: https://ssbodisha.ac.in/wp-content/uploads/2024/03/Advt.-No.02-2024.pdf

Get real time updates directly on you device, subscribe now.