fbpx

ଇତିହାସ ରଚିଲେ ଜୋକୋଭିକ: ଫ୍ରେଞ୍ଚ ଓପନ ଫାଇନାଲରେ ଜିତିଲେ

ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲରେ ସର୍ବିଆର ଟେନିସ ତାରକା ଇତିହାସ ରଚିଛନ୍ତି । ନୋଭମ୍କ ଜୋକୋଭିକ ଶାନଦାର ପ୍ରଦର୍ଶନ କରି ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଏହି ବିଜୟ ଫଳରେ ଜୋକେଭିକ ସ୍ପେନର ଟେନିସ ତାରକା ରାଫେଲ ନାଡାଲଙ୍କୁ ପଛରେ ପକାଇ ଦେଇଛନ୍ତି । ପୂର୍ବରୁ ସର୍ବାଧିକ ଗ୍ରାଣ୍ଡ ସ୍ଲାମ ଜିତିବାର ରେକର୍ଡ ନାଡାଲଙ୍କ ନାମରେ ରହିଥିବା ବେଳେ ଏବେ ଜୋକୋଭିକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ବିଶ୍ୱର ୩ ନମ୍ବର ମାନ୍ୟତାଧାରୀ ଜୋକୋଭିକ ଆଜି ନିଜ କ୍ୟାରିୟରର ୩୪ତମ ଗ୍ରାଣ୍ଡ ସ୍ଲାମ ଫାଇନାଲ ଖେଳୁଥିବା ବେଳେ ପ୍ରତିପକ୍ଷ ରୁଷ କ୍ୟାରିୟରର ତୃତୀୟ ଗ୍ରାଣ୍ଡ ସ୍ଲାମ୍ ଫାଇନାଲ ଖେଳୁଥିଲେ । ବର୍ତ୍ତମାନ ସୁଦ୍ଧା ରୁଡ ଗୋଟିଏ ବି ଟାଇଟଲ ଜିତିପାରି ନାହାନ୍ତି । ଏହି ବିଜୟ ଫଳରେ ଜୋକୋଭିକ ତୃତୀୟ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ଆଜିର ବିଜୟ ଫଳରେ ଜୋକୋଭିକ ବିଶ୍ୱର ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜୟର ରେକର୍ଡଧାରୀ ହୋଇପାରିଛନ୍ତି ।

ପୂର୍ବରୁ ସ୍ପେନର ଟେନିସ ତାରକା ନାଡାଲ ୨୨ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିବା ବେଳେ ଜୋକୋଭିକ ୨୩ଟି ଜିତି ଉକ୍ତ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡର ରୋଜର ଫେଡେରର ୨୦ଟି ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ଜେକୋଭିକ ୧୦ ଥର ଅଷ୍ଟ୍ରେଲିଆ ଓପନ, ୩ ଥର ଫ୍ରେଞ୍ଚ ଓପ, ୭ ଥର ୱିମ୍ବଲଡନ ଓ ୩ ଥର ୟୁଏଏସ ଓପନ ଜିତିଛନ୍ତି ।

Get real time updates directly on you device, subscribe now.