fbpx

ଆସିଲା ନଭେମ୍ବର ଗାଇଡଲାଇନ: ବଳବତ୍ତର ରହିବ ନାଇଟ କର୍ଫ୍ୟୁ

Advertisement

ଭୁବନେଶ୍ୱର: ଆସିଲା ନଭେମ୍ବର ଗାଇଡଲାଇନ । ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନଭେମ୍ବର ୧ରୁ ଡିସେମ୍ବର ଡିସେମ୍ବର ୧ ଯାଏଁ ବଳବତ୍ତର ରହିବ ଗାଇଡଲାଇନ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ରହିବ କର୍ଫ୍ୟୁ । ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ନିର୍ଦ୍ଦେଶ । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ । ତେବେ ନିୟମ ଉଲ୍ଲଘଂନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

ନାଇଟ କର୍ଫୁ ସମୟରେ ମେଡିକାଲ ସେବା,ମେଡିସିନ ଷ୍ଟୋର, ଚଷମା ଦୋକାନ ଇତ୍ୟାଦିକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟିକ ଦୋକାନ ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି ହୋଇପାରିବ । ହୋଟେଲ, ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇପାରିବେ । ଏୟାରପୋର୍ଟ ତଥା ରେଳଷ୍ଟେସନରୁ ଯାତ୍ରୀଙ୍କୁ ଟାକ୍ସି କିମ୍ବା ଅଟୋରେ ଯିବାକୁ ଅନୁମତି ।

ସଂପ୍ରତି କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ସଂକ୍ରମଣରେ ହ୍ରାସକୁ ଦୃଷ୍ଟିରେ ରଖି ଧୀରେ ଧୀରେ କୋହଳ ହେଉଛି କରୋନା କଟକଣା । ସଂକ୍ରମଣ ହ୍ରାସ ହେଉଥିଲେ ବି ଟଳିନି ବିପଦ ତେଣୁ କୋଭିଡ କଟକଣାକୁ ମାନିବାକୁ ନିର୍ଦ୍ଦେଶ ।

Get real time updates directly on you device, subscribe now.