fbpx

Twitterରେ ଗାଳି-ଗୁଲଜ କଲେ ଏତିକି ଦିନ ଭିତରେ ବନ୍ଦ ହୋଇଯିବ ଆକାଉଣ୍ଟ୍

ନୂଆଦିଲ୍ଲୀ: ଏଣିକି ଟୁଇଟର୍ ରେ ଗାଳି ଗୁଲଜ କରିବା ଭାରୀ ପଡ଼ିପାରେ । କାରଣ ଟୁଇଟର୍ ଏମିତି ଏକ ଫିଚର୍ ନେଇ ଆସିଛି ଯାହା ଅଧୀନରେ ଯଦି କୌଣସି ବ୍ୟକ୍ତି ଖରାପ ଭାଷାର ବ୍ୟବହାର କରୁଛି ତେବେ ସେମାନଙ୍କ ଆକାଉଣ୍ଟ୍ ସାତ ଦିନ ମଧ୍ୟରେ ବ୍ଲକ୍ କରିଦିଆଯିବ । ଏହି ଫିଚର୍ ର ନାମ ହେଉଛି ସେଫ୍ଟି ମୋଡ୍ । ଟୁଇଟର୍ ରେ ଗାଳି ଗୁଲଜ କରୁଥିବା ୟୁଜରଙ୍କୁ ସାବାଡ଼ କରିବା ପାଇଁ ଏହି ନୁଆ ଫିଚର୍ ଅଣାଯାଇଛି ।

ଟୁଇଟର୍ ପକ୍ଷରୁ କୁହାଯାଇଛି ଯେ, ଫ୍ଲାଟଫର୍ମ ରେ ଖରାପ ଭାଷା ପ୍ରୟୋଗ କରି କମେଣ୍ଟ୍ କରୁଥିବା ୟୁଜର୍ ଙ୍କ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ତେବେ ଏହି ଫିଚର୍ ବର୍ତ୍ତମାନ ପାଇଁ କେବଳ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଫ୍ଲାଟଫର୍ମର ବଛା ବଛା ୟୁଜର୍ ଙ୍କ ପାଇଁ ଅଣାଯାଇଛି । ଆଶା କରାଯାଉଛି ଆଗକୁ ସବୁ ୟୁଜର୍ ଙ୍କ ପାଇଁ ଏହା ଲାଗୁ କରାଯିବ । ଏହି ଫିଚର୍ ଦ୍ୱାରା ଖରାପ ଭାଷା ବ୍ୟବହାର କରୁଥିବା ଲୋକଙ୍କୁ ସାବାଡ଼ କରାଯିବ । ଆଉ ଏହିଭଳି ୟୁଜର୍ ଙ୍କ ଠାରୁ ମୁକ୍ତି ମିଳିବ । ସେହି ଲକ୍ଷ୍ୟ ନେଇ ଏହି ଫିଚର୍ କୁ ଅଣାଯାଇଛି ।

Get real time updates directly on you device, subscribe now.