fbpx

ଗର୍ଭବତୀ ସମୟରେ ଅଧିକ ଚା’ ପିଇଲେ ଶିଶୁର ରଙ୍ଗ ହେବ କଳା! ଜାଣନ୍ତୁ କଣ ରହିଛି ସତ୍ୟତା

ଓଡ଼ିଶା ଭାସ୍କର ବ୍ୟୁରୋ: ଗର୍ଭାବସ୍ଥାର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଖାସ୍ ହୋଇଥାଏ । ଏହା ଏକ ଏପରି ସମୟ ଯେତେବେଳେ ଜଣେ ମହିଳା ନିଜର ସବୁଠାରୁ ଅଧିକ ଯତ୍ନ ନେଇଥାଏ । ଯାହାଦ୍ୱାରା ତାର ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବନାହିଁ । ଗର୍ଭଧାରଣ କେବଳ ମହିଳାଙ୍କ ପାଇଁ ନୁହେଁ ବରଂ ତାଙ୍କ ପାର୍ଟନର୍ ଓ ପରିବାର ପାଇଁ ବିଶେଷ ହୋଇଥାଏ । ଏଥି ସହିତ, ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ପରିବାର ଠାରୁ ପଡୋଶୀ ପର୍ୟ୍ୟନ୍ତ, ସେମାନେ ତାଙ୍କ ମତାମତ ଦେବା ଆରମ୍ଭ କରନ୍ତି । ଏହାକୁ କିଛି ମହିଳା ବିଶ୍ୱାସ କରନ୍ତି । କିନ୍ତୁ ସେସବୁ ସତ ହୋଇଥିବ ବୋଲି କିଛି ମାନେ ନଥାଏ । ତେବେ ଆଜି ଆମେ ସେହି ବିଷୟ ଉପରେ ଆଲୋଚନା କରିବା ଯାହାକୁ ମହିଳା ମାନେ ସହଜରେ ବିଶ୍ୱାସ କରିଯାଆନ୍ତି ।

୧.

ଗର୍ଭବତୀ ସମୟରେ ମାଛ ଖାଇବା ହାନିକାରକ ହୋଇଥାଏ ବୋଲି କୁହାଯାଏ । କାରଣ ଏଥିରେ ମରକ୍ୟୁରିର କିଛି ଅଂଶ ରହିଥାଏ । ଯାହା ବୃଦ୍ଧି ପାଉଥିବା ଭ୍ରୁଣକୁ ନଷ୍ଟ କରିପାରେ । କିନ୍ତୁ ଏହା ହେଉଛି ସମ୍ପୂର୍ଣ୍ଣ ରୂପରେ ଭୁଲ କଥା । ଆପଣ ମାନେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ମାଛ ଖାଇପାରିବେ ।

୨.

ଧଳା ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଛୁଆ ଗୋରା ହୋଇଥାଏ । ଅନେକ ଅଞ୍ଚଳରେ ଲୋକମାନେ ମାନିଥାନ୍ତି ଯେ, ଧଳା ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଜନ୍ମ ହେବାକୁ ଥିବା ଛୁଆ ବି ଗୋରା ହୋଇଥାଏ । ଗର୍ଭଧାରଣ ସମୟରେ ଅଣ୍ଡା, କ୍ଷୀର, ପନୀର ଖାଇଲେ ପିଲା ଗୋରା ହୋଇଥାଏ । ସେହିପରି କଳା ଖାଦ୍ୟ ପଦାର୍ଥ ଯେମିତିକି ଡାର୍କ ଚକଲେଟ୍, କଫି, ଚା’ ଆଦି ଖାଇବା ଦ୍ୱାରା ଛୁଆ କଳା ହୋଇଯାଏ । ଏଠାରେ ଜାଣି ରଖନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ କଥା । ଛୁଆର ରଙ୍ଗ ସହିତ ଖାଦ୍ୟର କୌଣସି ସମ୍ପର୍କ ନଥାଏ ।

୩.

କିଛି ଦେଶରେ ଆଜିବି ଏହି ଅନ୍ଧବିଶ୍ୱାସକୁ ମାନନ୍ତି କି ଗର୍ଭରେ ପିଲା କିକ୍ ବା ଲାତ ମାରିବାରୁ ଜଣାପଡ଼ିଥାଏ ଯେ, ଛୁଆର ଲିଙ୍ଗ କଣ ହୋଇଥାଏ । ଯଦି ବାମ ପଟକୁ କିକ୍ କରୁଛି ତେବେ ପୁଅ ହେବ ସ ଯଦି ଡାଡାଣ ପଟକୁ କିକ୍ କରୁଛି ତେବେ ଝିଅ ହେବ । ଏହା କେବଳ ଏକ ଅନ୍ଧବିଶ୍ୱାସ ।

୪. ଲୋକମାନେ ବିଶ୍ୱାସ କରନ୍ତି ଯେ କେଶକୁ ତଳେ ତଳେ ଖସାଇ ରଖିବା ଦ୍ୱାରା ଗର୍ଭାଶୟ ଖୋଲିବାରେ ସାହାଯ୍ୟ କରିଥାଏ, ଯାହା ପ୍ରସବକୁ ସହଜ କରିଥାଏ । କିନ୍ତୁ, ଏଥିରେ କୌଣସି ସତ୍ୟତା ନାହିଁ ।

Get real time updates directly on you device, subscribe now.