fbpx

ଯୁବତୀଙ୍କ ପେଟରୁ ବାହାରିଲା ୨ କେଜି ବାଳ; ଦେଢ ଘଣ୍ଟା ନାକେଦମ ହେଲେ ଡ଼ାକ୍ତର

ନୂଆଦିଲ୍ଲୀ: ଝିଅଟିର ପେଟରୁ ୨ କେଜିର ବାଳ ବାହାରିଛି । ଅପରେସନ କରୁଥିବା ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଦେଖିବାକୁ ମିଳିଛି । ପେଟ ଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବତୀଙ୍କ ପେଟରୁ ୨ କିଗ୍ରା କେଶ ବାହାରିଥିଲା । ୧୦ ଦିନ ତଳେ ଏହି ନାବାଳିକା ଜଣକ ପେଟରେ ଯନ୍ତ୍ରଣା ହେଉଥିବା କହିବା ସହିତ ବାନ୍ତି ମଧ୍ୟ କରିଥିଲେ ।

ପରିବାର ଲୋକ ହସ୍ପିଟାଲକୁ ନେଇଥିଲେ । ଡ. ଏସ ଆର ସମଦର ପରୀକ୍ଷା ପରେ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅଲଟ୍ରା ସାଉଣ୍ଡରେ ପେଟରେ ଏକ ବାଳର ଗଦା ଦେଖିବାକୁ ମିଳିଥିଲା । ୨୦ ସେମିର ଏକ ଗୁଚ୍ଛାରେ କେଶ ଗୁଡିକ ତଳିପେଟରେ ଜମା ହୋଇଥିଲା । ବିଗତ ଦୁଇ ବର୍ଷ ଧରି ନାବାଳିକା ଜଣକ ଦୁର୍ବଳ ହୋଇ ଆସୁଥିବା ବେଳେ ଚୁଟି ଝଡୁଥିଲା । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଝିଅଟି ଆରମ୍ଭରୁ ଟ୍ରାଇକୋବେଜୋର ନାମକ ମାନସିକ ରୋଗରେ ଆକ୍ରାନ୍ତ । ଏହି ରୋଗୀ ନିଜର ଚୁଟି ଖାଇବା ଆରମ୍ଭ କରିଥାନ୍ତି । ଦେଢ ଘଣ୍ଟାର ପରିଶ୍ରମ ପରେ ଚୁଟିର ଗଦା ପେଟରୁ କାଢିବାରେ ସଫଳ ହୋଇଛନ୍ତି ଡାକ୍ତର । ଚୁଟି ରହିବା ଫଳରେ କ୍ଷୁଦ୍ରାନ୍ତ୍ରକୁ ଖାଦ୍ୟ ଯାଇନଥାଏ । ଏହି କାରଣରୁ ଏହି ୧୭ ବର୍ଷୀୟା ଯୁବତୀ ଜଣକ ୨ ବର୍ଷରେ ୩୨ କିଗ୍ରା ଓଜନ ହ୍ରାସ ପାଇଛି ।

Get real time updates directly on you device, subscribe now.