fbpx

ମହିଳା ୱେଟରଙ୍କ ସୁନ୍ଦରତାରେ ପାଗଳ ହୋଇଗଲା କଷ୍ଟମର୍, ମୋଟା ଅଙ୍କର ଟିପ୍ ସହିତ ଲେଖିଲେ ଖାସ୍ ନୋଟ୍

ଲଣ୍ଡନ: ଅନେକ ଲୋକ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ଅବା ଫୁଡ୍ ଆଉଟଲେଟ୍ ଦେଖି ଯାଆନ୍ତି ଖାଇବାକୁ ଯାଆନ୍ତି । ହେଲେ ଆପଣ ମାନେ କେବେ ଦେଖିଛନ୍ତି କି ବିଲ୍ ଠାରୁ ଅଧିକ କୌଣସି ୱେଟର୍ ଙ୍କୁ ଟିପ୍ ଦେବାର । ହଁ କିଛି ଏପରି ହୋଇଛି ଯେ, ଜଣେ କଷ୍ଟମର୍ ବା ଗ୍ରାହକ ଗୋଟିଏ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଓ ସେଠାରେ ବିଲ୍ ଠାରୁ ଅଧିକ ଟଙ୍କା ସେ ୱେଟର୍ ଙ୍କୁ ଟିପ୍ ଆକାରରେ ଦେଇଛନ୍ତି । ଏଥିସହିତ ବିଲ୍ ରେ ଖାସ୍ ମେସେଜ୍ ବି ଲେଖିଛନ୍ତି । ଳଣ୍ଡନର ଜଣେ ଗ୍ରାହକ ଜେଣ ମହିଳା ୱେଟର୍ ଙ୍କୁ ଟିପ୍ ଆକାରରେ ୭୫୦ ୟୁରୋ ବା ୬୫ ହଜାର ୧୧୭ଟଙ୍କା ଟିପ୍ ସହିତ ଏକ ଖାସ୍ ନୋଟ୍ ଦେଇଛନ୍ତି ।

ମିରର୍ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ରେଷ୍ଟୁରାଣ୍ଟକୁ ଆସିଥିବା ଗେଷ୍ଟଙ୍କ ବିଲ୍ ପଢ଼ି ଷ୍ଟାଫ୍ ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଲ୍ ତୁଳନାରେ ୮ ଗୁଣ ଅଧିକ ଟିପ୍ ସେ ମହିଳା ୱେଟର୍ ଙ୍କୁ ଦେଇଛନ୍ତି । ଉକ୍ତ ମହିଳା ୱେଟର୍ କହିଛନ୍ତି ଯେ, ତାଙ୍କ ବିଲ୍ ଆସିଥିଲା ୯୩.୪୫ ୟୁରୋ ବା ୮ହଜାର ୧୧୦ ଟଙ୍କା । ହେଲେ କେବଳ ମହିଳାଙ୍କ ଉଦ୍ଦେଶ୍ୟରେ ସେ ଏତେ ପରିମାଣରେ ଟିପ୍ ଦେଇଛନ୍ତି ।

ବିଲ୍ ରେ ଗ୍ରାହକ ଜଣକ ମହିଳା ୱେଟର୍ ଭ୍କ ସୁନ୍ଦରତାର ପ୍ରଶଂସା କରିଥିଲେ । ସେ ଲେଖିଥିଲେ ଯେ, ଆପଣ ଖୁବ୍ ସୁନ୍ଦର୍ । ମୋତେ କଲ୍ କରିବେ । ଏହାପରେ ସେଥିରେ ତାଙ୍କ ମୋବାଇଲ୍ ନମ୍ବର ଦେଇଥିଲେ । ଏହା ଦେଖି ସେ ଖୁବ୍ ଜୋରରେ ଡରିଯାଇଥିଲେ । ଆଉ ତାର ଫଟୋ ଉଠାଇ ସୋସିଆଳ୍ ମିଡିଆରେ ଅପଲୋଡ୍ କରିଥିଲେ । ଏଥିରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ମତ ଦେଇଛନ୍ତି ।

Get real time updates directly on you device, subscribe now.