fbpx
BJD SKY
BJD SKY

ଏଣିକି ଗୋଟିଏ ଆପରେ ମିଳିବ ୮ OTT ଆପର ମଜା: Amazon Prime Memberଙ୍କ ପାଇଁ ଖୁସିଖବର

BJD

ନୂଆଦିଲ୍ଲୀ: ଆମାଜନ ନିଜର ପ୍ରାଇ ମେମ୍ବର୍ସଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି । ପ୍ରାଇମ ଭିଡିଓ ଚ୍ୟାନେଲ ଲଞ୍ଚ ହେବା କରିବା ସହ ଆମାଜନ ଭାରତରେ ଓଟିଟିର ଡିଷ୍ଟ୍ରିବ୍ୟୁଟର ମଧ୍ୟ ବନିଯାଇଛି । ଅର୍ଥାତ ଆମାଜନ ପାଖରେ ଏବେ ପ୍ରାଇମ ମେମ୍ବର୍ସଙ୍କ ପାଇଁ ଏକ ଭିଡିଓ କଣ୍ଟେଣ୍ଟ ମାର୍କେଟ୍ ଉପଲବ୍ଧ ରହିଛି, ଯେଉଁଥିରେ କି ୮ଟି ଓଟିଟି ପ୍ଲେୟର୍ସର କଣ୍ଟେଣ୍ଟ ରହିଛି । ଲାୟନସଗେଟ ପ୍ଲେ, ଡିସକଭରି ପ୍ଲସ, ଡକୁବେ, ଇରୋସ ନାଓ, ମୁବି, ସର୍ଟସ ଟିଭି, ହୋଇଚି ଓ ମନୋରମା ମ୍ୟାକ୍ସ ଆଦି ଓଟିଟି ସ୍ପେସରେ ଏବେ ଆମାଜନ ପ୍ରାଇମର କଷ୍ଟମର ବେସ୍ ପର୍ଯ୍ୟନ୍ତ ଆକ୍ସେସ୍ ହେଉଛି ।

ତେବେ ଏନେଇ ଆମାଜନ ପକ୍ଷରୁ କୁହାଯାଇଛି ଯେ, ଏକାଧିକ ଭିଡିଓ ଷ୍ଟ୍ରିମର୍ସଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମରେ ଗ୍ରାହକଙ୍କୁ ଆପ ମାଧ୍ୟମରେ ଟଙ୍ଗଲ ନକଲି ଏକାଧିକ ପେମେଣ୍ଟ ପରିଚାଳନା କରିବାକୁ ଅନୁମତି ଦିଆଯାଉଛି । ଆମାଜନ ପ୍ରାଇମ୍ ଭିଡିଓର କଣ୍ଟ୍ରି ମ୍ୟାନେଜର ଗୌରବ ଗାନ୍ଧି କହିଛନ୍ତି ଯେ, ଏହା ମନୋରଞ୍ଜନ କଣ୍ଟେଣ୍ଟ ପାଇଁ ଏକ ମାର୍କେଟ୍ ଭାବେ ବ୍ୟବହୃତ ହେବ, ଯେଉଁଠି ଗ୍ରାହକମାନେ ଭିଡିଓ ଉପରେ ସମସ୍ତ ସର୍ଭିସ୍ ଦେଖିପାରିବେ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଆମାଜନର ୩୫୦ ଓଟିଟି ପାର୍ଟନରଙ୍କ ସହ ପାର୍ଟନରସିପ ରହିଥିବା ବେଳେ ଭାରତରେ ମାତ୍ର ୮ଟି ପ୍ଲାଟଫର୍ମ ଉପରେ କାର୍ଯ୍ୟ ଚାଲିଛି । ବିଭିନ୍ନ ସେବାକୁ ଗୋଟିଏ ସ୍ଥାନରେ ଏକତ୍ର କରି ରଖାଯାଇଥିବାରୁ ତାହା ଗ୍ରାହକଙ୍କ ସହ ସୁସଂପର୍କ ସ୍ଥାପନା ଦିଗରେ ସହାୟକ ହେବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.