fbpx

‘ଏ’ ଫର ଆପଲ୍ ପରିବର୍ତ୍ତେ ଅର୍ଜୁନ ଏବଂ ‘ବି’ ପାଇଁ ବଳରାମ, ସୋସିଆଲ ମିଡିଆରେ ପ୍ରଶଂସିତ ହେଲା ନୂଆ ଇଂରାଜୀ ବର୍ଣ୍ଣମାଳା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ପରିବର୍ତ୍ତିତ ଜୀବନଶୈଳୀରେ ନିଜର ପିଲାମାନଙ୍କୁ ଓଡ଼ିଆ କିମ୍ବା ହିନ୍ଦୀ ଭଷା ପରିବର୍ତ୍ତେ ଇଂରାଜୀ ମିଡିୟମରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କମ୍ ବୟସରୁ ପିଲାଟିଏ ଇଂରାଜୀ ମିଡିୟମ ସ୍କୁଲ୍‌ରେ ପଢ଼ୁଥିବାରୁ ସେଠାରେ ପାଠ୍ୟକ୍ରମକୁ ଅନେକ ସହଜ ଉପାୟରେ ଉପସ୍ଥାପନ କରାଯାଏ। ସାଧାରଣତଃ ଇଂରାଜୀ ଇଂରାଜୀ ବର୍ଣ୍ଣମାଳାରେ ‘ଏ’ ଫର୍ ଆପଲ୍ ଏବଂ ‘ବି’ ଫର୍ ବଲ୍ ପଢାଇଯାଇଥାଏ। କିନ୍ତୁ ପିଲାମାନେ ‘ଏ’ ଫର୍ ଅର୍ଜୁନ ଏବଂ ‘ବି’ ଫର୍ ବଳରାମ ମଧ୍ୟ ପଢିପାରିବେ।

ଏଭଳି ଶୈଳିରେ ଇଂରାଜୀ ବର୍ଣ୍ଣମାଳା ପଢାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଶିକ୍ଷକ ‘ଏ’ ଠାରୁ ‘ଜେଡ୍’ ପର୍ଯ୍ୟନ୍ତ ଅକ୍ଷର ପାଇଁ ଶବ୍ଦ ଗୁଡ଼ିକ ଇତିହାସ ଏବଂ ପୂରାଣରୁ ନେଇଛନ୍ତି। ପିଲାମାନଙ୍କୁ ଇଂରାଜୀରେ ପାଠ ପଢାଇବାର ଏହି ନିଆରା ଉଦ୍ୟମ ବିଷୟରେ ଶିକ୍ଷକ କହିଛନ୍ତି ଯେ, ଏହା ଦ୍ୱାରା ପିଲାଙ୍କ ପାଠ ପ୍ରତି ରୁଚି ବଢିବ। ଏବଂ ସେମାନେ ଛୋଟ ବେଳରୁ ଭାରତୀୟ ସଂକୃତି ଏବଂ ପୂରାଣ ବିଷୟରେ ଅବଗତ ହେବେ।

ସୋସିଆଲ ମିଡିଆରେ ଏବେ ଏଭଳି ବର୍ଣ୍ଣମାଳର ପିଡିଏଫ୍ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ପୁରାଣ ଇତିହାସର ଶବ୍ଦ ଗୁଡ଼ିକ ସହିତ ଫଟୋ ରହିବା ସହ ଶବ୍ଦର ବର୍ଣ୍ଣନା ମଧ୍ୟ କରାଯାଇଛି। ଯେପରିକି ‘ଏ’ ଫର୍ ଅର୍ଜୁନ ରହିଥିବା ବେଳେ ଅର୍ଜୁନଙ୍କ ବିଷୟରେ ଗୋଟିଏ ବାକ୍ୟ ଲେଖା ହୋଇଛି। ଇଂରାଜୀ ବର୍ଣ୍ଣମାଳାର ଏପ୍ରକାର ଶବ୍ଦାବଳି ଉତ୍ତରପ୍ରଦେଶ ସୀତାପୁରର ଅଧିବକ୍ତା ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ଅମିନାବଦ୍ ଇଣ୍ଟର କଲେଜର ପ୍ରିନ୍ସପାଲ୍ ଏସ୍.ଏଲ୍ ମିଶ୍ର କହିଛନ୍ତି ଯେ ଅଧିବକ୍ତା ଏହାକୁ ପ୍ରସ୍ତୁତ କରିଛନ୍ତି, କିନ୍ତୁ ସେ ଏ ବିଷୟରେ ଗଣମାଧ୍ୟମ ଆଗକୁ ଆସିବାକୁ ଚାହୁଁନାହାଁନ୍ତି। ପ୍ରକାଶକମାନେ ମଧ୍ୟ ଏହି ନୂତନ ଧାରଣାକୁ ପସନ୍ଦ କରୁଛନ୍ତି ଏବଂ ମୀରଟ୍‌ରୁ ଜଣେ ପ୍ରକାଶକ ଏହାକୁ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ ଏଥିରେ, ଶବ୍ଦ ସହିତ ଜଡିତ ବର୍ଣ୍ଣନାଗୁଡିକ ସଂଶୋଧିତ ହେବ ଏବଂ ବିସ୍ତୃତ ଭାବରେ ଲେଖାଯିବ, ଯାହାଫଳରେ ପିଲାମାନେ ଟିକିଏ ଅଧିକ ସୂଚନା ପାଇପାରିବେ । ଏସଏଲ ମିଶ୍ର କହିଛନ୍ତି ଯେ ଏହାକୁ ପ୍ରସ୍ତୁତ କରିଥିବା ଅଧିବକ୍ତା ହିନ୍ଦୀ ବର୍ଣ୍ଣମାଳାର ଏପରି ଶବ୍ଦକୋଷ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ଏପରି ପ୍ରସ୍ତୁତ ହୋଇଛି ଇଂରାଜୀ ବର୍ଣ୍ଣମାଳାର ଶବ୍ଦକୋଷ।

ଏ- ଅର୍ଜୁନ
ବି- ବଳରାମ
ସି- ଚାଣକ୍ୟ
ଡି – ଧ୍ରୁବ
ଇ – ଏକଲବ୍ୟ
ଏଫ- ଚାରି ବେଦ
ଜି – ଗାୟତ୍ରୀ ମାତା
ଏଚ- ହନୁମାନ
ଆଇ – ଇନ୍ଦ୍ର
ଜେ – ଜାଟାୟୁ
କେ – କୃଷ୍ଣ
ଏଲ- ଲଭ୍-କୁଶ୍
ଏମ – ମାର୍କାଣ୍ଡେୟ
ଏନ- ନାରଦ
ଓ – ଓମକାର
ପି – ପ୍ରହଲ୍ଲାଦ
କିଉ – ରାଣୀ ଗାନ୍ଧାରୀ
ଆର – ରାମ
ଏସ- ସୂର୍ଯ୍ୟ
ଟି – ତୁଳସୀ
ୟୁ – ଉଦ୍ଧବ
ଭି – ବାମନ ଆବତାର
ଡବ୍ଲୁ – ୱାଟର ଗଙ୍ଗା
ଏକ୍ସ – କ୍ଷୀରାବ୍ଦି ଦ୍ୱାଦଶ
ୱାଇ- ଯଶୋଦା
ଜେଡ୍- ଜାମ୍ବତ

Get real time updates directly on you device, subscribe now.