fbpx
BSKY SKY
BSKY SKY

ଚାଷୀଙ୍କ ପାଇଁ ଖୁସି ଖବର: ଏବେ ଏହି ଜାଗାକୁ କଦଳୀ ଏବଂ ବେବି କର୍ନ ରପ୍ତାନୀ କରିବ ଭାରତ

BSKY

ନୂଆଦିଲ୍ଲୀ: ଭାରତର ଚାଷୀମାନାଙ୍କ ପାଇଁ ଆସିଛି ଖୁସି ଖବର । ଏବେ ଦେଶର କୃଷକମାନେ ମଧ୍ୟ ହେବେ ଲାଭବାନ । କାରଣ ଖୁବ ଶୀଘ୍ର ବିଦେଶୀ ବଜାରକୁ ରପ୍ତାନୀ ହେବ ଭାରତରେ ଉତ୍ପାଦନ ହେଉଥିବା ଫଳ । ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଭାରତରୁ କାନାଡାକୁ କଦଳୀ ଏବଂ ବେବି କର୍ନ ରପ୍ତାନୀ କରାଯିବା ନେଇ ଯୋଜନା କରାଯାଉଛି । ନେସନାଲ ପ୍ଲାଣ୍ଟ ପ୍ରୋଟେକ୍ସନ ଅର୍ଗାନାଇଜେସନ ଅଫ ଇଣ୍ଡିଆ ଏବଂ କାନାଡା ସରକାରଙ୍କ ମଧ୍ୟରେ ଆଲୋଚନା ପରେ ସେଠାକାର ବଜାରରେ ଭାରତର ଫଳଗୁଡିକୁ ବିକ୍ରି ପାଇଁ ଅନୁମତି ମିଳିଛି ।

ଏହାଦ୍ୱାରା ଭାରତରେ କଦଳୀ ଏବଂ ବେବି କର୍ନ ଉତ୍ପାଦନ କରୁଥିବା କୃଷକଙ୍କ ସମେତ ଦେଶର ରପ୍ତାନୀ ଆୟରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶା ରହିଛି । କାନାଡା ସରକାର ଯଥାଶୀଘ୍ର କଦଳୀ ରପ୍ତାନୀ ପାଇଁ ଅନୁମତି ଦେଇଥିବା ବେଳେ ବେି କର୍ନ ବ୍ୟବସାୟ ଆସନ୍ତା ମାସରୁ ଆରମ୍ଭ ହେବ । ଗତ ୭ ତାରିଖରେ ଭାରତର କୃଷି ସଚିବ ମନୋଜ ଆହୁଜା ଏବଂ କାନାଡାର ଉଚ୍ଚାୟୁକ୍ତ କ୍ୟାମେରନ ମେକେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲିୟମ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, ରତ୍ନ ଓ ଅଳଙ୍କାର ଏବଂ ରାସାୟନିକ କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ହେତୁ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ରପ୍ତାନୀ ୪୧୮ ବିଲିୟନରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.