ଏଣିକି ଷ୍ଟଣ୍ଟ ମାରିବା ପଡିବ ମହଙ୍ଗା, ଆସିବାକୁ ଯାଉଛି କଡା ନିୟମ

ବାଇକରେ ଏଣିକି ଷ୍ଟଣ୍ଟ ମାରିବା ପଡିବ ମହଙ୍ଗା । ଏହାକୁ ଏକ ଗୁରୁତର ଅପରାଧ ଭାବେ ଗଣାଯିବ । କର୍ଣ୍ଣାଟକ ହାଇକୋର୍ଟ ନିକଟରେ ଏନେଇ ଏକ କଡା ନିୟମ ଆଣିବା କଥା କହିଛନ୍ତି । କୋର୍ଟଙ୍କ କହିବାନୁସାରେ ନିୟମ କଡା ନଥିବାରୁ ଏହି ସମସ୍ୟା ବଢିବାରେ ଲାଗିଛି । କିଛି ଯୁବକ ନିଜ ଜୀବନକୁ ବିପଦରେ ପକାଇବା ସହ ରାସ୍ତାରେ ଯାତାୟତ କରୁଥିବା ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଜଷ୍ଟିସ୍ ଭି ଶ୍ରୀଶନନ୍ଦା ଏକ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି କି ମୋଟର ଭେଇକଲ ଆକ୍ଟ ଓ ଇଣ୍ଡିଆ ପିନଲ କୋଡର ବର୍ତ୍ତମାନର ଧାରା ଷ୍ଟଣ୍ଟକୁ ରୋକିବାରେ ବିଫଳ । ସେ ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନକୁ ଅପିଲ କରିଛନ୍ତି କି ସେ କଡା ନିୟମ ପ୍ରସ୍ତୁତ କରନ୍ତୁ ଯାହା ଫଳରେ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିହେବ ।

ଯୁବକଙ୍କ ମଧ୍ୟରେ ବାଇକ ଷ୍ଟଣ୍ଟ କରିବା ଆଜିକାଲି ଏକ ଫ୍ୟାସନ ହୋଇଗଲାଣି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ବିପଜ୍ଜନକ । ଏହା କେବଳ ନିଜ ଜୀବନ ନୁହେଁ, ବରଂ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ପୂର୍ବରୁ ଏହା କେବଳ ସହରରେ ହେଉଥିଲା କିନ୍ତୁ ଏବେ ଏହି ସମସ୍ୟା ଗ୍ରାମାଞ୍ଚଳରେ ମଧ୍ୟ ବଢିବାରେ ଲାଗିଛି । କୌଣସି ନିର୍ଦ୍ଧାରିତ ରାଜ୍ୟ ନୁହେଁ, ସାରା ଦେଶରେ ଏବେ ଯୁବକମାନେ ଷ୍ଟଣ୍ଟ କରିବାରେ ଲାଗିପଡିଛନ୍ତି ।

ଘଟଣାରେ ଅରବାଜ ଖାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଖିଲା । ସେ ଲଗାତର ଷ୍ଟଣ୍ଟ ମାରୁଥିବା ସମୟରେ ଧରାପଡିଥିଲେ । ପୂର୍ବରୁ ମଧ୍ୟ ସେ ଏମିତି ମାମଲାରେ ଧରାପଡିଥିଲେ । କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏହା କେବଳ ଏକ ଟ୍ରାଫିକ୍ କେସ୍ ନୁହେଁ, ବରଂ ସାର୍ବଜନିନ ସୁରକ୍ଷା ସମ୍ପର୍କିତ ଏକ ଗମ୍ଭୀର ସମସ୍ୟା । ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ସ୍ପଷ୍ଟ କହିଛି କି ଏହି ମାମଲାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଦ୍ଦ ହେବ ।
ଏହି ଘଟଣାଗୁଡ଼ିକ ଆମେରିକାର ବୈଦେଶିକ ନୀତିରେ ଟ୍ରମ୍ପଙ୍କ ଅଭିନବ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ, ଯେଉଁଥିରେ ସେ ଶକ୍ତି ଓ ସମ୍ପର୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ତଥାପି, ଏହି ନୀତି ଉପରେ ମତଭେଦ ରହିଛି, କାରଣ କେତେକ ବିଶେଷଜ୍ଞ ଏହାକୁ ଆମେରିକାର ନରମ ଅବସ୍ଥାନ ଭାବେ ଦେଖନ୍ତି, ଯାହା ଶତ୍ରୁଙ୍କୁ ଆହୁରି ଉତ୍ସାହିତ କରିପାରେ। ତେବେ ଟ୍ରମ୍ପଙ୍କ ଏହି ରଣନୀତି ଆନ୍ତର୍ଜାତୀୟ କୂଟନୀତିରେ ଏକ ନୂଆ ଆଲୋଚନାର ବିଷୟ ହୋଇପାରେ।