fbpx
BSKY
BJD MC SKY
BJD YOUTH SKY

ଏଣିକି ମଲରେ ମିଳିବ ମଦ: ଦୋକାନ ଭିତରକୁ ଯାଇ ବାଛିପାରିବେ ମନପସନ୍ଦର ବ୍ରାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଦିଲ୍ଲୀବାସୀ ମଲରେ ସପିଂ କରିବା ସହ ମଦ ବି କିଣିପାରିବେ । ଦିଲ୍ଲୀର କେଜରିୱାଲ ସରକାର ଏକ୍ସାଇଜ ପଲିସି ୨୦୨୧-୨୨ ଜାରୀ କରିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ଗ୍ରାହକ ଦୋକନ ଭିତରୁ ନିଜ ମନ ପସନ୍ଦ ବ୍ରାଣ୍ଡର ମଦ ବାଛିପାରିବେ । ଏଣିକି ଗ୍ରାହକଙ୍କୁ ଦୋକାନ ବାହାରେ କିମ୍ବା ଫୁଟପାଥରେ ଭିଡ଼ ଲଗାଇବା ଓ କାଉଣ୍ଟରରେ ମଦ କିଣିବାକୁ ଅନୁମତି ନାହିଁ । ମଦ କିଣିବାର ସମସ୍ତ ପ୍ରକ୍ରିୟା ଦୋକାନ ଭିତରେ ହେବ । ବଜାର ମଲ୍ କିମ୍ବା ସ୍ଥାନୀୟ କମ୍ପଲେକ୍ସରେ ଉଭୟ ଦେଶୀ ଓ ବିଦେଶୀ ମଦ ମିଳିଯିବ ।

କିନ୍ତୁ ସପିଙ୍ଗ ମଲରେ ମଦ ବିକ୍ରି କରିବାର କିଛି ନିୟମ ରହିଛି । ଯେପରିକି….

– ଦୋକାନଗୁଡ଼ିକରେ କାଚ କବାଟ ରହିବା ସହ ସଠିକ୍ ଆଲୋକ ରହିବ । ସମସ୍ତ ଦୋକାନ ଭିତରେ ଏବଂ ବାହାରେ ସିସିଟିଭି କ୍ୟାମେରା ଲଗାଯିବ । ଦୋକାନୀଙ୍କୁ ଅତି କମରେ ୧ ମାସର କ୍ୟାମେରା ରେକର୍ଡିଂ ରଖିବାକୁ ପଡିବ ।

– ବର୍ତ୍ତମାନ ସୁଦ୍ଧା ଭୋଜି ହଲ୍, ଫାର୍ମ ହାଉସ୍, ମୋଟେଲ, ପାର୍ଟୀ ଆୟୋଜନ କରିବା ସମୟରେ ମଦକୁ ନେଇ ମାଲିକଙ୍କୁ ଏକ ଅସ୍ଥାୟୀ ଲାଇସେନ୍ସ ନେବାକୁ ପଡିଲା । କିନ୍ତୁ ଏବେ ଏଲ-୩୮ ଲାଇସେନ୍ସ ଜରିଆରେ ଆପଣ ଏହିସବୁ ପାର୍ଟିରେ ଦେଶୀ ଓ ବିଦେଶୀ ମଦ ସର୍ଭ କରିପାରିବେ । ଏଥିପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସର ଆବଶ୍ୟକତା ନାହିଁ ।

– ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବଗୁଡିକରେ ବାରଗୁଡିକ ବିଳମ୍ବିତ ରାତି ୩ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିମଧ୍ୟରେ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ନୁହଁନ୍ତି ଯେଉଁମାନେ ୨୪ ଘଣ୍ଟା ମଦ ବିକ୍ରି ପାଇଁ ଲାଇସେନ୍ସ ପାଇଛନ୍ତି ।

Get real time updates directly on you device, subscribe now.