fbpx

ଏବେ ଡାଟା ସରିବାର ଭୟ ନାହିଁ, ଜିଓ ଲଞ୍ଚ କଲା ୨୨୨ଟଙ୍କାର ନୂଆ ପ୍ଲାନ

ଫିଫା ୱାଲର୍ଡ କପ ୨୦୨୨ ସେଲିବ୍ରେଟ କରିବା ପାଇଁ ଭାରତୀୟ ଟେଲିକମ କମ୍ପନୀ ରିଲାନ୍ସ ଜିଓ ଏକ ନୂଆ ଇଣ୍ଟନେଟ ଡାଟା ପ୍ୟାକ ୟୁଜର୍ସଙ୍କ ପାଇଁ ଆଣିଛି । ଏହି ପ୍ୟାକର ମୂଲ୍ୟ ମାତ୍ର ୨୨୨ଟଙ୍କା ଏବଂ ୟୁଜର୍ସଙ୍କୁ ଅତିରିକ୍ତ ଡାଟା ଦେବା ପାଇଁ ଲଞ୍ଚ କରାଯାଇଛି । ଏହି ପ୍ଲାନର ନାମ ରଖାଯାଇଛି ‘ଫୁଟବଲ ୱାଲର୍ଡ କପ ଡାଟା ପ୍ୟାକ’ । ଏହା ୟୁଜର୍ସ ମାନଙ୍କୁ ଫିଫା ୱାର୍ଡକପ ସରିଲା ପରେ ମିଳିବ । ଏହି ପ୍ଲାନର ଫାଇଦା କେବଳ ପ୍ରିପେଡ ୟୁଜର୍ସକୁ ମିଳିବ ।କହିବାକୁ ଗଲେ ଏହାର କଲିଂ ଓ ଭ୍ୟାଲିଡିଟିରେ ଅଧିକ କିଛି ବଦଳ କରାଯିବ ନାହିଁ ।

୨୨୨ଟଙ୍କା ପ୍ଲାନ ରିଚାର୍ଜରେ ଗ୍ରାହକଙ୍କ ପାଇଁ ୫୦ଜିବି ହାଇ ସ୍ପିଡ ଡାଟାର ଫାଇଦା ମିଳିବ । ଯଦି ଏହି ପ୍ଲାନ ୩୦ ଦିନ ପରେ ସରିଯାଉଛି ତେବେ ଅତିରିକ୍ତ ଡାଟା ମଧ୍ୟ ୩୦ ଦିନ ପାଇଁ ମିଳିବ । ଦେଖିବାକୁ ଗଲେ ଡେଲି ଡାଟା ପ୍ଲାନରେ ଯଦି ସରିଯାଉଛି ତେବେ ଡାଟା ପାଇଁ ଆମକୁ ପରବର୍ତ୍ତୀ ଦିନକୁ ଅପେକ୍ଷା କରିବାକୁ ପଡୁଛି । ଡାଟାକୁ ରିନ୍ୟୁ ହେବା ପାଇଁ ସମୟ ନେଉଛି । କିନ୍ତୁ ଏହି ରିଚାର୍ଜ ପ୍ଲାନରେ ଡାଟା ସରିବାର ଭୟ ନାହିଁ । ଏହା ତୁରନ୍ତ ଅତିରିକ୍ତ ପ୍ଲାନକୁ ଲାଗୁ କରିଦେବ । ଫଳରେ ଆପଣ ମନ ଇଚ୍ଛାରେ ଡାଟା ଚଲାଇ ପାରିବେ ।

ଏହି ପ୍ଲାନରେ ଏକ ଜିବି ଡାଟା ପାଇଁ ବ୍ୟବହାର କାରୀଙ୍କୁ ୪ଟଙ୍କା ୪୪ପଇସା ଖର୍ଚ୍ଚ କରିବାକୁ ପଡିବ । ଅନ୍ୟ କମ୍ପନୀ ତୁଳନାରେ ଏହି ପ୍ଲାନ ଶସ୍ତା ଡାଟା ଦେଉଛି । ଯଦି ଆମେ ଏୟାରଟେଲ ୟୁଜର୍ସ ମାନଙ୍କ କଥା ଦେଖିବା ତେବେ ୫୦ଜିବି ଡାଟା ପାଇଁ ୩୦୧ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏକ ଜିଜି ଡାଟା ପାଇଁ ୬ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି ।

Get real time updates directly on you device, subscribe now.