fbpx

ଅପେକ୍ଷାର ଘଟିଲା ଅନ୍ତ: ଏଣିକି କରିପାରିବେ Tweet Edit

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର(Twitter)କୁ ନେଇ ବଡ଼ ଖବର । ଏବେ ଅପାଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଟ୍ୱିଟ୍ କରିବା ପରେ ତାହାକୁ ଏଡିଟ୍ କରିପାରିବେ । ଏଥିପାଇଁ ଟ୍ୱିଟର ଏହାର ୟୁଜର୍ସଙ୍କ ପାଇଁ ‘Edit Button’ ଉପରେ ଟେଷ୍ଟିଂ ଆରମ୍ଭ କରିଛି ।

ଅବଶ୍ୟ ଏହା ବର୍ତ୍ତମାନ କେବଳ ଭେରିଫାଏ ଲୋକଙ୍କୁ ମିଳିବ । ତେବେ ଏନେଇ ଅନେକ ଦିନରୁ ଏହାର ଦାବି କରାଯାଉଥିଲା ।

ଏନେଇ ଗୁରୁବାର କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଏହି ଏଡିଟ ଅପ୍ସନ ମାଧ୍ୟମରେ କୌଣସି ଟ୍ୱିଟ୍ କରିବା ପରେ ଏହାର ୩୦ ମିନିଟ୍ ମଧ୍ୟରେ ଏଡିଟ୍ କରିହେବ । ଟ୍ୱିଟ୍ ଏଡିଟ ହିଷ୍ଟ୍ରି ମଧ୍ୟ ଦେଖିହେବ ।

ତେବେ ବର୍ତ୍ତମାନ ଏହି ଫିଚର ଉପରେ ଅଧିକ କାମ କରାଯାଉଛି । କିଛି ସପ୍ତାହ ମଧ୍ୟରେ ଏହା ଭେରିଫାଏ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯିବ ।

 

Get real time updates directly on you device, subscribe now.