fbpx

UIDAI ଆଣିଲା ନୂଆ ଫିଚର: ଏଣିକି ବିନା ଇଣ୍ଟରନେଟରେ କେବଳ SMS ପଠାଇ ଆପଣ ପାଇପାରିବେ ସମସ୍ତ Aadhaar ସେବା

ନୂଆଦିଲ୍ଲୀ: ବର୍ତମାନ ସମୟରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ । ଏ ସଂପର୍କିତ ସମସ୍ତ ବିବରଣୀ ମୋବାଇଲରେ ଉପଲବ୍ଧ ହେଉଛି । ମାତ୍ର ଦେଶରେ ଏବେ ବି କିଛି ଲୋକ ରହିଛନ୍ତି, ଯେଉଁମାନେ ଆଜି ବି ଇଂଟରନେଟ ୟୁଜ୍ କରୁନାହାନ୍ତି । ଏପରି ଲୋକଙ୍କ ସୁବିଧା ପାଇଁ ୟୁଆଇଡିଏଆଇ ଏକ ଶାନଦାର ଫିଚର ଲଂଚ କରିଛି । ଏଣିକି ଆପଣମାନେ ବିନା ଇଂଟରନେଟରେ କେବଳ ଏସଏମଏସ ମାଧ୍ୟମରେ ସମସ୍ତ ଆଧାର ସଂପର୍କିତ ସେବା ପାଇପାରିବେ ।

ୟୁଆଇଡିଏଆଇ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ସେବା ଫଳରେ ଆପଣଙ୍କୁ ଆଉ ୱେବସାଇଟକୁ ଯିବାକୁ ପଡ଼ିବ ନାହିଁ କି ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ । ଏପରିକି ସ୍ମାର୍ଟଫୋନର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ, ନିଜର ପୁରୁଣା ସାଧାରଣ ଫୋନରେ ଆପଣ ଏସଏସଏସ ପଠାଇ ସମସ୍ତ ବେନିଫିଟ୍ ପାଇପାରିବେ । ଏଣିକି ଗ୍ରାହକଙ୍କୁ ଭର୍ଚୁଆଲ ଆଡି ଜେନେରେସନ, ଆଧାର କାର୍ଡକୁ ଲକ୍ ଓ ଅନଲକ, ବାୟୋମେଟ୍ରିକ ଲକିଂ ଓ ଅନଲକିଂ ଆଦି ସେବା ସହଜରେ ମିଳିପାରିବ । ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ହେଲପ୍ ଲାଇନ ନମ୍ବର ୧୯୪୭କୁ ଏସଏମଏସ୍ ପଠାଇବାକୁ ପଡ଼ିବ । କେବଳ ଏସଏମଏସ କରି ଆପଣ ଆଧାରକୁ ଲକ୍ ଓ ଅନଲକ୍ କରିପାରିବେ । ଏହାର ଫଳସ୍ୱରୂପ କୌଣସି ବ୍ୟକ୍ତି ଆପଣଙ୍କ ଆଧାର କାର୍ଡର ଗଲତ ଫାଇଦା ଉଠାଇ ପାରିବ ନାହିଁ । ଆପଣ ଯେତେବେଳେ ଚାହିଁବେ ଲକ ଓ ଯେତେବେଳେ ଚାହିଁବେ ଅନଲକ କରିପାରିବେ ।

Get real time updates directly on you device, subscribe now.