fbpx
BSKY
BJD MC SKY
BJD MS SKY

ଆଉ ମାଗଣାରେ କରିପାରିବେନି ମର୍ଣ୍ଣିଂ କି ଇଭିନିଂ ୱାକ୍, ୫୦୦ ଟଙ୍କା ଫି’ ସହ ଦେଖାଇବାକୁ ପଡିବ ପରିଚୟପତ୍ର

ବାରଣାସୀ:ଆଜିକାଲି ପ୍ରାୟ ସମସ୍ତେ ସ୍ୱାସ୍ଥ୍ୟ ସଚେତନ ହୋଇ ଗଲେଣି । ବିଶେଷ କରି କରୋନା ପରେ ସମସ୍ତେ ଯୋଗ, ବ୍ୟାୟାମ ଆଦି ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ ସକାଳୁ ସକାଳୁ ଉଠି ବ୍ୟାୟାମ କରିବା ପ୍ରାୟ ଅଧିକାଂଶ ଲୋକଙ୍କର ଏକ ନିୟମିତ ଅଭ୍ୟାସ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମର୍ଣ୍ଣିଂ ୱାକ୍ କରିଥାନ୍ତି । କିନ୍ତୁ ମର୍ଣ୍ଣିଂ ୱାକ୍ କରିବା ଲାଗି ଆପଣଙ୍କୁ ପଇସା ଦେବାକୁ ପଡିବ ଏହି ଖବରଟିକୁ ଆପଣ କେହି ବି ସହଜରେ ଗ୍ରହଣ କରିପାରିବେ ନାହିଁ । କିନ୍ତୁ ଏହା ସତ । ଏଣିିକି ମର୍ଣ୍ଣିଂ ୱାକ୍ କରିବାକୁ ହେଲେ ଆପଣଙ୍କୁ ୫୦୦ ଟଙ୍କା ଫି’ ଭରିବାକୁ ପଡିବ ।

ବାରଣାସୀର ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠରେ ଏଣିିକି ମର୍ଣ୍ଣିଂ ୱାକ୍ ଲାଗି ପଇସା ଦେବାକୁ ହେବ । କେବଳ ମର୍ଣ୍ଣିଂ ୱାକ୍ ନୁହେଁ ଇଭିନିଂ ୱାକ୍ ଲାଗି ମଧ୍ୟ ଏହି ଫି’ ଭରିବାକୁ ପଡିବ । କାଶୀ ବିଦ୍ୟାପୀଠ କ୍ୟାମ୍ପସରେ ସକାଳେ ସନ୍ଧ୍ୟାରେ ଚାଲିବାକୁ ହେଲେ ଆପଣଙ୍କୁ ୫୦୦ ଟଙ୍କା ଫି’ ଭରିବାକୁ ପଡିବ । ତେବେ କେବଳ ଏତିିକିରେ କଥା ସରିଯାଉନି । ସାଥିରେ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ ଓ ଘରର ପ୍ରମାଣପତ୍ର ଫଟୋକପି ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ଜମା କରିବାକୁ ହେବ ।
ମର୍ଣ୍ଣିଂ ୱାକ୍ କରିବାକୁ ଆସିଥିବା ଲୋକଙ୍କୁ ଜଗିଂ ଆଇ କାର୍ଡ ମିଳିବ ଯାହାକୁ ସେ ଗେଟ୍ ପାଖରେ ଦେଖାଇବେ ଯାହାକୁ ଗେଟ୍ ରେ ଚେକ୍ କରାଯିବ । ଏମାନଙ୍କ ବ୍ୟତିତ ଆଉ କାହାକୁ ଗେଟ୍ ମଧ୍ୟକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ । ୬୦ ବର୍ଷ ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ଏହି ଶୁୂଳ୍କରେ ରିହାତି ପ୍ରଦାନ କରାଯାଉଛି । କିନ୍ତୁ ସେମାନଙ୍କର ନିଜସ୍ୱ ପରିଚୟପତ୍ର ପ୍ରଦାନ କରିବା ଜରୁରୀ ।
ସକାଳେ ଚାଲିବାର ସମୟ ସକାଳ ୫ରୁ ୮ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟାରେ ୬ରୁ ୮ ପର୍ଯ୍ୟନ୍ତ ରହିଛି । ଏହି ସମୟ ପରେ କ୍ୟାମ୍ପସରେ ଚାଲୁଥିବା ବ୍ୟକ୍ତିଙ୍କୁ ଖାଲି କରି ଦିଆଯାଏ ।

 

Get real time updates directly on you device, subscribe now.