fbpx

ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଉଦ୍ଧାର ; ସନ୍ଦିଗ୍ଧର ଆତ୍ମହତ୍ୟା, ଟ୍ରେନ୍ ଲାଇନରୁ ଶବ ମିଳିଲା

ମୁମ୍ବାଇ: ଏକ ସରକାରୀ ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଜବତ ହୋଇଛି । ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ସନ୍ଦିଗ୍ଧ ସୁରକ୍ଷାକର୍ମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାରଣ ଟ୍ରେନ୍ ଲାଇନ୍ କଡରୁ ସନ୍ଧିଗ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ମୃତ ବ୍ୟକ୍ତି ଜଣକ ଉକ୍ତ ହଷ୍ଟେଲରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ପ୍ରକାଶ କାନୋଜିଆ ବୋଲି ଜଣାପଡିଛି। ଏହାର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ଚର୍ଚ୍ଚଗେଟ୍ ଅଞ୍ଚଳର ଗାର୍ଲସ୍ ହଷ୍ଟେଲରେ ୧୯ ବର୍ଷୀୟ ଯୁବତୀଙ୍କ ମୃତଦେହ ମିଳିଥିଲା।

ରିପୋର୍ଟ ଅନୁଯାୟୀ, ବଳାତ୍କାର ପରେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ କହିଛି ଯେ ତାଙ୍କ କୋଠରୀ ବାହାରୁ ତାଲା ପଡିଥିଲା ଏବଂ ଭିତରେ ମୃତଦେହ ପଡି ରହିଥିଲା । ମୃତଶରୀର ସମ୍ବେଦନଶୀଳ ଅଂଶରେ ଆଘାତ ଚିହ୍ନ ରହିଛି ଏବଂ ବେକରେ ଏକ ସ୍କାର୍ଫ ବନ୍ଧା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଉଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଏହି ଦୁଇଟି ହତ୍ୟାକାଣ୍ଡ ପଛରେ ମୃତ ସୁରକ୍ଷାକର୍ମୀର ହାତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ହତ୍ୟାକାଣ୍ଡ ଭିଆଇଲା ପରେ ପୋଳିସ ସନ୍ଦିଗ୍ଧ ଆତ୍ମହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.