fbpx
BSKY
BJD MC SKY
BJD MS SKY

ଗରମରୁ ମିଳିବ ଆଶ୍ୱସ୍ତି, ୪୮ ଘଣ୍ଟାରେ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଇଛି । ଏଥି ସହିତ ପଶ୍ଚିମ ବାୟୁର ସକ୍ରିୟତା ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି । ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ଗୋଆ ଉପକୂଳଠାରୁ ପ୍ରାୟ ୯୦୦ କିଲୋମିଟର ଦୂରରେ ଆରବ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀତ ଏହି ଘୂର୍ଣ୍ଣିବଳୟ ଝଡ଼ ଦ୍ରୁତ ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁଯାୟୀ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି।

 

 

Get real time updates directly on you device, subscribe now.