fbpx

ଆସିଲା NTA ପରୀକ୍ଷା ସମୟସୂଚୀ, କେଉଁ ତାରିଖରେ କେଉଁ ପରୀକ୍ଷା ଆୟୋଜିତ ହେବ ବିସ୍ତୃତ ଭାବରେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ NTA ଆଗାମୀ ବର୍ଷ ହେବାକୁ ଯାଉଥିବା ପରୀକ୍ଷା ଲାଗି ଏହାର ସମୟସୂଚୀ ଜାରି କରି ଦେଇଛନ୍ତି । ଜେଇଇ ମେନ୍ ୨୦୨୪ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁୟାରୀ –ଫେବୃୟାରୀ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୨୦୨୪ରେ ଆୟୋଜିତ ହେବ । ସେହିପରି ସାରା ଦେଶରେ ମେଡିକାଲ କଲେଜରେ ସ୍ନାତକ କୋର୍ସ ଲାଗି ହେବାକୁ ଯାଉଥିବା NEET ୨୦୨୪ ପରୀକ୍ଷା ୫ ମେ’ରେ ଆୟୋଜିତ ହେବ । NTA ର ପରୀକ୍ଷା କ୍ୟାଲେଣ୍ଡର ଅଫିସିଆଲ ୱେବସାଇଟ https;//www.nta.ac.in/ କୁ ଯାଇ ସିଧା ଲିଙ୍କରେ ଦେଖିପାରିବେ ।

ଏହି ସମୟସୂଚୀ ଅନୁଯାୟୀ ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୪ ଜାନୁୟାରୀ ଠାରୁ ୧ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟର ଜେଇଇ ମେନ୍ ପରୀକ୍ଷା ୧ ଏପ୍ରିଲ ୨୦୨୪ ରୁ ୧୫ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ହେବ । ସେହିପରି ସଂଯୁକ୍ତ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା(CUET) ୧୫ରୁ ୩୧ ମେ’ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ବ୍ୟତିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ କରାଯାଉଥିବା (UGC NET) ପରୀକ୍ଷା ୨୦୨୪ , ୧୦ ଜୁନରୁ ୨୧ ଜୁନ୍ ପର୍ଯ୍ୟନ୍ତ ଆୟୋଜିତ ହେବ ।

Get real time updates directly on you device, subscribe now.